*ବୈପାରିଗୁଡ଼ା ବ୍ଲକ ସମେତ ବିଭିନ୍ନ ଅନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳିତ*

ବୈପାରିଗୁଡ଼ା(AKN NEWS):ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଅନୁଷ୍ଠାନରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ବୈପାରିଗୁଡ଼ା ବ୍ଲକ ପରିସର ଭିତରେରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତଲୋନ କରିଥିଲେ । ବୈପାରିଗୁଡ଼ା ବ୍ଲକରେ ପତାକା ଉତ୍ତଲୋନ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ କାର୍ଯ୍ୟାଳୟର ସମସ୍ତ ସରକାରୀ କର୍ମଚାରୀ, ଜନ ପ୍ରତିନିଧି ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହିଥିଲେ ।
ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ସମେତ ବୈପାରିଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଓ ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ଠାରେ ମଧ୍ୟ ବିଧାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ବୈପାରିଗୁଡ଼ା ବ୍ଲକ ପ୍ରତ୍ୟେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ବୈପାରିଗୁଡ଼ା ଥାନା ପରିସରରେ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ବନ ବିଭାଗ କାର୍ଯ୍ୟାଳୟ ଠାରେ ସନ୍ଦୀପ ପାଣିଗ୍ରାହୀ, ଡାକ୍ତର ଖାନାରେ ବାସୁବାଦତ ନାୟକ, ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ଶିଘ୍ନା ଚୌଧୁରି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ପ୍ରତ୍ୟେକ କାର୍ଯ୍ୟାଳୟର ସରକାରୀ କର୍ମଚାରୀ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ। ସେହିପରି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବିଦ୍ୟାଳୟ, ମହା ବିଦ୍ୟାଳୟ, ରାଜନୈତିକ ପାର୍ଟି କାର୍ଯ୍ୟାଳୟ ସମେତ ଆଦିବାସୀ ସମାଜ ଗୃହ, ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି। ସେହିପରି ଡମ୍ବ ସମାଜ କାର୍ଯ୍ୟାଳୟ ଠାରେ ଉପଦେଷ୍ଟା ସଦାଖିଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବୈପାରିଗୁଡ଼ା ଓକ୍ସଫୋର୍ଡ ଇଣ୍ଟର ନେଶନାଲ ଇଂରାଜୀ ବିଦ୍ୟାଳୟ ଠାରେ ଡ.ମହେନ୍ଦ୍ର ପ୍ରସାଦ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
କୁନ୍ଦୁରା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


