ଓଡିଶା ଖବର
79 ତମ ସ୍ୱାଧୀନତା ଦିବସ ଉପଲକ୍ଷେ ନିଜ ଅଂଚଳରେ ଗଛ ଲଗେଇ ପ୍ରଶଂସା ର ପାତ୍ର ସାଜିଛନ୍ତି ନନ୍ଦାହାଣ୍ଡି ZONE 2 ଜିଲ୍ଲା ପରିଷଦ ଅରୁଣ କୁମାର ମିଶ୍ର ।

ନବରଙ୍ଗପୁର (AKN NEWS):ଆଜି ସାରା ଦେଶରେ 79ତମ ସ୍ୱାଧୀନତା ଦିବସ ପାଳନ ଚାଲିଥିବା ବେଳେ ନନ୍ଦାହାଣ୍ଡି ZONE 2 ଜିଲ୍ଲା ପରିଷଦ ଅରୁଣ କୁମାର ମିଶ୍ର ଙ୍କ ଏକ ଉତ୍ତମ ପ୍ରୟାସ।
ଦହଣା ଗ୍ରାମ ପଂଚାୟତ ର ଅନେକ ଗ୍ରାମ ରେ ଥିବା ଖାଲି ପଡିଆ, ରାସ୍ତା ଦୁଇକୋଡରେ ଆଜି ଶ୍ରୀ ମିଶ୍ର ଗଛ ଲଗେଇ ପ୍ରଶଂସା ର ପାତ୍ର ସାଜିଛନ୍ତି।
ଏହି କାର୍ଯ୍ୟକ୍ରମ ଠାରେ ଅଂଚଳର ଅନେକ ବୁଦ୍ଧିଜୀବୀ ଲୋକ ଯୋଗ ଦେଇଥିଲେ ଏବଂ ନନ୍ଦାହାଣ୍ଡି ଲ୍ୟାମ୍ପ ସଭାପତି ଲକ୍ଷ୍ମୀ ନାରାୟଣ ମାଝୀ, ସଦାଶିବ ହାଇସ୍କୁଲ ସଭାପତି ଶ୍ରୀ ଜୀବନ ତ୍ରୀପାଠୀ,ବରିଷ୍ଠ ନେତା ତଥା ସମାଜ ସେବୀ ପରେଶ ଦାସ, କିରଣ ରଥ,ପ୍ରବୀଣ ଗରଡା, ଜଳନ୍ଧର ହରିଜନ, ଯୁବନେତା ଜ୍ୟୋତିନ୍ ରାଜ ଭତ୍ରା, ଦେବରାଜ ସୁନା, ଖଗଜାନି,ତ୍ରିନାଥ ଜାନି, ଘନ ହରିଜନ, ଓ ଅଂଚଳ ର ଅନେକ ଯୁବକ ଯୋଗ ଦେଇଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


