*ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣୀ ଶିବିର ଅନୁଷ୍ଠିତ*

କୁନ୍ଦୁରା(AKN NEWS):କୁନ୍ଦୁରା ବ୍ଲକ ଅନ୍ତର୍ଗତ ବାଗଦେରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ଅଭିଯୋଗ ଅ ଜନ ଶୁଣାଣୀ ଶିବିରରେ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି.ମନସ୍ମିତା ଅଧ୍ୟକ୍ଷତା କରିଥିଲେ।
ସମୁଦାୟ ୨୦ ଟି ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ସେଥି ମଧ୍ୟରୁ ୧୯ ଗୋଷ୍ଠୀଗତ ଓ ଗୋଟିଏ ବ୍ୟକ୍ତିଗତ ରହିଥିଲା ଆଇଜି ଗୋଷ୍ଠୀଗତରେ ବାଗଦେରୀ ମଣ୍ଡିରେ ଖୋଳା ନିର୍ମାଣ ଓ ରାସ୍ତା କଙ୍କ୍ରିଟ କରଣ, ରାସ୍ତା ମରାମତି, କଲଭର୍ଟ ନିର୍ମାଣ, ଗାର୍ଡ଼ୱାଲ ନିର୍ମାଣ ଏବଂ ବ୍ୟକ୍ତିଗତରେ କଟି ଯାଇଥିବା ପେନସନ ପାଇବା ଆଦି ରହିଥିଲା l ସମସ୍ତ ଅଭିଯୋଗ ଶୁଣିବା ପରେ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି l ପୂର୍ବ ଅଭିଯୋଗ ଗୁଡ଼ିକ ମଧ୍ୟରୁ ପ୍ରାୟତଃ ସମାଧାନ ହୋଇଛି l ପୂର୍ବ ଅଭିଯୋଗ ଗୁଡ଼ିକରୁ ପୁନର୍ବାର ଅଭିଯୋଗ ହୋଇନାହିଁ I ଅଭିଯୋଗ ଶୁଣାଣୀର ସମସ୍ତ ସମସ୍ୟାର ସମାଧାନ ଦିଗରେ ପ୍ରାଥମିକତା ଦିଆଯାଉଛି ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ କହିଛନ୍ତି l ଆଜିର ଏହି ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସରପଞ୍ଚ ମାନସୀ ସାନ୍ତା, ନାଏବ ସରପଞ୍ଚ ସାହେବ ଅମନାତ୍ୟ ପ୍ରମୁଖ ମଞ୍ଚାସୀନ ଥିଲେ l ଜିପିଡିଓ ଜଗତ ସିଂ ମାଝୀଙ୍କ ସମେତ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ, ୱାର୍ଡ଼ ସଭ୍ୟ ସଭ୍ୟା, ପଞ୍ଚାୟତ ସ୍ତରୀୟ ସରକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଯୋଗାଣ ସହାୟକ ନେତ୍ରାନନ୍ଦ ରାଉତ ସହଯୋଗ କରିଥିଲେ I
କୁନ୍ଦୁରା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


