ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା ନିମନ୍ତେ ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଗିଲିନାସି ଗ୍ରାମର ଯୁବ କବି ଗଗନ ବିହାରୀ ପ୍ରଧାନଙ୍କ ଘରେ ବାବା ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ସହପ୍ରତିଋତିକ ବାନାମ୍ବର ପ୍ରଧାନ ଓ ଅଧ୍ୱଜୟୀ ନିରଞ୍ଜନ ବିଶ୍ଵାଳଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଧ୍ୟାତ୍ମିକ ଆସରରେ ସାମିଲିହବା ପାଇଁ ଗିଲିନାଶି ଗ୍ରାମ ତଥା ଆଖପାଖ ଗ୍ରାମରୁ ୫୦ ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା । ଗୁରୁଜୀ ନିରଞ୍ଜନ ବିଶ୍ଵାଳ ଓ ବରିଷ୍ଠ ଗୁରୁଜୀ ବାନାମ୍ବର ପ୍ରଧାନ ବାବାଙ୍କ ଅଲୌକିକ ମହିମା ବିଷୟରେ ଆଲୋକ ପାତ କରାଇଥିଲେ ଏବଂ ଅନ୍ୟ ଭକ୍ତଙ୍କ ମଧ୍ୟରେ ବୈକୁଣ୍ଠ ସ୍ବାଇଁ ଙ୍କ ସମେତ ଅନେକ ଭକ୍ତ ବାବାଙ୍କ ଭଜନ ପରିବେଷଣ କରିଥିଲେ ତତ୍ ସହିତ ପପୁ ଭାଇ, ଦାଶରଥି ଭାଇ, ପ୍ରଦୀପ ଭାଇ, ଗଗନ ଭାଇ ଓ ମହେଶ୍ୱତା ଭଉଣୀ ଙ୍କ ସମେତ ବାବାଙ୍କ ଅନୁସରଣରେ ଥିବା ପରିବାରର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇ ବାବାଙ୍କ କୃପା ଲାଭ କରିବା ସହିତ ପରି ଶେଷରେ ଆୟୋଜକ ଗଗନ ବିହାରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇ ସତସଙ୍ଗ କାର୍ଯ୍ୟ ସମାପନ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


