ଓଡିଶା ଖବର

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ

ଝାରସୁଗୁଡ଼ା(AKN NEWS):ଝାରସୁଗୁଡାର ସଂସ୍କୃତି ଭବନ ପରିସରରେ ମଧୁମୟ ସାହିତ୍ୟ ପରିବାରର ପ୍ରତିଷ୍ଠାତା ରାଜଶ୍ରୀ ମେହେର ଙ୍କ ସଭାପତିତ୍ବରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇ ଯାଇଛି ।ଏହାକୁ ବିଧାୟକ ଟଙ୍କଧର ତ୍ରିପାଠୀ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ,ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ଡ଼. ଶିବ ପ୍ରିୟା ମିଶ୍ର ଓ ସାହିତ୍ୟିକ ସୁରଙ୍ଗ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଭକ୍ତ ଚରଣ ଆଚାର୍ଯ୍ୟ ଙ୍କ ସୀତା ସ୍ମୁତି, ଦୂର୍ବାଦଳ କରାଲି ଙ୍କ ନିଃସଙ୍ଗତାର ପ୍ରତିଧ୍ଵନି ଓ ଜ୍ୟୋତ୍ସ୍ନା ମୟୀ ନାଥ ଙ୍କ ଝାଏଁ ରେ ଝାଏ ଝାଏ ନାମକ ତିନୋଟି କବିତା ସଂକଳନ ଉନ୍ମୋଚିତ ହୋଇ ଯାଇଛି ।ଅତିଥି ଗଣ ତାଙ୍କ ଭାଷଣରେ କବି ଗଙ୍ଗାଧରଙ୍କ ସାହିତ୍ୟ ଓ ଜୀବନ ଦର୍ଶନରେ ଥିବା ଆଦର୍ଶକୁ ଉଚ୍ଚ ପ୍ରଶଂସା କରିଥିଲେ । ଉନ୍ମୋଚିତ ପୁସ୍ତକ ଗୁଡ଼ିକ ଅଧ୍ୟାପିକା ମନ୍ଦାକିନୀ ଶତପଥୀ , ଦ. ମାଧୁରୀ ମିଶ୍ର ଓ ଅଞ୍ଜଳି ପଟ୍ଟନାୟକ ସମୀକ୍ଷା କରିଥିଲେ ।ଏହା ପରେ ସମ୍ବଲପୁର ,ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ରୁ ଆସିଥିବା ଅର୍ଦ୍ଧ ଶତାଧିକ କବି ଓ କବିୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ପ୍ରେମ ସାଗର ଦେହେରିଆ ସଂଯୋଜନା କରିଥିଲେ । ଇସନ୍ ଚନ୍ଦ୍ର ମିଶ୍ର, କୈବଲ୍ୟ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!