*ପାପଡାହାଣ୍ଡି ଠାରେ ଡ୍ରାଇଭର ଦିବସ ପାଳିତ |*

ନବରଙ୍ଗପୁର(AKN NEWS):ଆଜି ୧ସେପ୍ଟେମ୍ବର ହୋଇଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜିର ଦିନକୁ ଡ୍ରାଇଭର ଦିବସ ଭାବେ ପାଳନ କରିଥିବା ଦେଖିବାକୁ ମିଳିଛି |
ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ସହିଦ ମିନାର ନିକଟରେ ପାପଡାହାଣ୍ଡି ବ୍ଲକରେ କାର୍ଯ୍ୟରତ ସମସ୍ତ ଡ୍ରାଇଭର ଏକତ୍ରିତ ହୋଇ ଡ୍ରାଇଭର ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି |ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଡ୍ରାଇଭର ସଙ୍ଘର ସଭାପତି ଶୁଭମ ରାଓ, ଉପ ସଭାପତି ସୁକାନ୍ତ ସିଂଦାର, ସମ୍ପାଦକ ତାପସ ମଲ୍ଲିକ, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ପାରୀ ଓ କୋଷାଧକ୍ଷ ମଧୁସୂଦନ ରାଓ ଯୋଗଦେଇ ବ୍ଲକ ସଂଗଠନର ଡ୍ରାଇଭର ମାନଙ୍କୁ ଉତ୍ସାହିତ କରିଥିଲେ |ସମସ୍ତେ ଏକତ୍ରିତ ହେବା ପରେ କେକ କାଟି ଡ୍ରାଇଭର ଦିବସ ଟିକୁ ପାଳନ କରିଥିବା ଦେଖବାକୁ ମିଳିଥିଲା |
ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ଡମୁରୁ ଭତରା, ଉପସଭାପତି ସୁବଜ କୁମାର ସଗରିଆ, ସମ୍ପାଦକ ସୀତୁନ କୁମାର ବେନିଆ, ସହ ସମ୍ପାଦକ ଯୁଗଳ କିଶୋର ଜାନି, କୋଷାଧକ୍ଷ ଦେବୀ ହରିଜନ,ଉପ ଦେଷ୍ଟା ବଳି ହରିଜନ, ପାପଡାହାଣ୍ଡି ବ୍ଲକ ଅଧିନରେ ଥିବା ୨୩ଗୋଟି ପଞ୍ଚାୟତ ର କାର୍ଯ୍ୟକର୍ତ୍ତା ଅଭିମନ୍ୟୁ ସିଂ, ଖୀରଧର ଗରଡା, ଅଭି ହରିଜନ,ଶିବା ପ୍ରସାଦ ନାୟକ,ମୀନ ହରିଜନ,ବିଟୁ ଡନସେନା,ଭୁବନ କୁମ୍ବାର, କୁନୁ ଭତରା, କନେଇ ଗୌଡ଼, ସିରଧର ଗୌଡ଼,ଆଶିଷ ହରିଜନ, ୭୦ରୁ ଉର୍ଦ୍ଧ ଉପସ୍ଥିତ ରହିଥିଲେ |
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


