ଓଡିଶା ଖବର
ଚୋରକୁ ଧରି ପୋଲିସକୁ ଜିମାଦେଲେ ଗ୍ରାମବାସୀ |

ନନ୍ଦାହାଣ୍ଡି (AKN NEWS):ଗତରାତିରେ ଏକ ଚୋରକୁ ଧରି ଗ୍ରାମବାସୀ ପୋଲିସକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି |ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଵି ମାଲିଗୁଡା ପଞ୍ଚାୟତ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ଗତକାଲି ରାତିରେ ଗଣେଶ ପୂଜା ଉପଲକ୍ଷେ ଏକ ଦେଶିଆ ନାଟକର ଆୟୋଜନ କରାଯାଇଥିଲା
|ସମସ୍ତେ ନାଟ ଦେଖୁଥିବାର ସୁଯୋଗ ନେଇ କିଛି ଚୋର ଗାଁ ଭିତରେ ପଶି ଘରେ ଘରେ ପଶି ଟଙ୍କା, ସୁନା, ମୋବାଇଲ ଆଦି ଚୋରି କରୁଥିଲେ |ପରେ ଗ୍ରାମବାସୀଙ୍କୁ ଜଣକ ଉପରେ ସନ୍ଦେହ ଜାତ ହେବାରୁ ତାକୁ କାବୁ କରି ପଚରା ଉଚରା କରିଥିଲେ ଓ କଣ ସବୁ ଧରିଛି ତଦନ୍ତ କରିଥିଲେ |
ପରେ ପୋଲିସକୁ ଖବର ଦେଇ ପୋଲିସ ହାତରେ ଜିମା ଦେଇଥିବା ସୂଚନା ମିଳିଛି |ଅଭିଯୁକ୍ତ ଜଣକ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ନାରୀଗାଁ ପଂଚାୟତ ଅନ୍ତର୍ଗତ ଚରାମୂଳା ଗ୍ରାମର ବୋଲି ଜଣାପଡିଛି |
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


