ଓଡିଶା ଖବର

ସ୍ୱାମୀ ବିବେକାନନ୍ଦ ଙ୍କ ବିଶ୍ୱ ବିଜୟୀ ଚିକାଗୋ ବକୃତା ଉପଲକ୍ଷେ *ବିବେକ ଜାଗୃତି କର୍ମଶାଳା ଅନୁଷ୍ଠିତ*

(AKN NEWS):ଭବାନୀପାଟଣା ସହର ର ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ୧୧ ସେପ୍ଟେମ୍ବର ୧୮୯୩ ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦ ଙ୍କ ଚିରସ୍ମରଣୀୟ ଚିକାଗୋ ବକୃତା ଉପଲକ୍ଷେ ବିବେକ ଜାଗୃତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ସ୍ୱାମୀ ବିବେକାନନ୍ଦ ୧୧ ସେପ୍ଟେମ୍ବର ୧୮୯୩ ଚି଼ଗାଗୋ ସହର ରେ ଅନୁଷ୍ଠିତ ହୋଇଥିବା ପ୍ରଥମ ବିଶ୍ୱ ଧର୍ମ ସମ୍ମିଳନୀରେ ନିଜ ର ଚମତ୍କାର ଭାଷଣ ରେ ସମଗ୍ର ବିଶ୍ୱ ଙ୍କୁ ଜୟ କରିଦେଇଥିଲେ | ସ୍ୱାମୀଜୀଙ୍କୁ ସମ୍ମିଳନୀ ରେ ସନାତନ ଧର୍ମ ଉପରେ ସଂକ୍ଷିପ୍ତ ଅଭିଭାଷଣ ଦେବା ପାଇଁ ଅନୁମତି ମିଳିଥିଲା | ତାଙ୍କ ସମ୍ବୋଧନ ଥିଲା ” ଆମେରିକା ର ଭଉଣୀ ଓ ଭାଇମାନେ” –ସମସ୍ତ ଙ୍କୁ ସ୍ତବ୍ଧ କରିଥିଲା ଓ ଉପସ୍ଥିତ ସମସ୍ତେ ଛିଡା ହୋଇ କରତାଳି ରେ ସ୍ୱାମୀଜୀ ଙ୍କୁ ସ୍ୱାଗତ ଜଣାଇଥିଲେ | ସେହି ଧର୍ମ ସମ୍ମିଳନୀରେ ସନାତନ ହିନ୍ଦୁଧର୍ମ ର ମହତ୍ୱ ପ୍ରତିପାଦନ କରି ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଜୀବନ ଅର୍ଥ ବିସ୍ତାର, ସଂକୀର୍ଣ୍ଣତା ହିଁ ମୃତ୍ୟୁ, ପରୋପକାର ହିଁ ଜୀବନ, ପରହିତ ଚେଷ୍ଟାର ଅଭାବ ହେଉଛି ମୃତ୍ୟୁ | ପ୍ରଥମେ କର୍ମ, ସାଧନା ଓ ଭଜନ ଦ୍ୱାରା ନିଜକୁ ପବିତ୍ର କର -ତୁମେ ଯଦି ପବିତ୍ର ଓ ଅକପଟ ହୁଅ, ସବୁ ଠିକ ହୋଇଯିବ | ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ୱାମୀଜୀ ଙ୍କ ସେ ଅକାଟ୍ୟ ବାଣୀଙ୍କୁ ମନେ ପକାଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ | ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ପବିତ୍ର ମହାନନ୍ଦ, ସରିତା ବାଗେଲ ଓ ଶୁଚିସ୍ମିତା ସାହୁ ସହଯୋଗ କରିଥିଲେ ଓ ଶିକ୍ଷକ ଦୁଲେଶ୍ୱର ଶବର ଧନ୍ୟବାଦ ଦେଇ କର୍ମଶାଳା ଟିକୁ ସାଙ୍ଗ କରିଥିଲେ |

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!