ପୂର୍ଣ୍ଣ ନିଶା ନିବାରଣ ଦାବି କରି ନିଶା ନିବାରଣ ଅଭିଯାନ ର ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

କୁଚିଣ୍ଡା(AKN NEWS):ପୂର୍ବ ନିଷ୍ପତ୍ତି ଅନୁଯାୟୀ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ ଆଜି ଓଡିଶା ର ମୁଖ୍ୟ ମନ୍ତ୍ରୀଙ୍କ ନିକଟ କୁ ଓଡ଼ିଶା କୁ ନିଶା ମୁକ୍ତ କରିବା ତଥା ବିଶେଷ କରି କୁ. ଟାଇଁସର ଗ୍ରାମ ପଞ୍ଚାୟତ କୁ ନିଶା ମୁକ୍ତ କରିବାକୁ ସମସ୍ତ ବେନିୟମ ଭାଟି କୁ ବନ୍ଦ କରିବାକୁ ଦାବି କରାଯାଇଛି ।ଅଭିଯାନ ର କର୍ମକର୍ତ୍ତା ତଥା ଏହି ପଞ୍ଚାୟତର ମହିଳା ପ୍ରତିନିଧି ଗଣ ବିଭିନ୍ନ ପ୍ଲାକାର୍ଡ ଧରି ସହର ପରିକ୍ରମା ପରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପରେ ଉପ ଜିଲ୍ଲାପାଲ୍ ଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ଦିଆଯାଇଥିଲା ।ଏହି ଆନ୍ଦୋଳନକୁ ସଭାପତି ଶ୍ରୀ ନାୟକଙ୍କ ସମେତ ଟାଇଁସର ସରପଞ୍ଚ ରାଜେନ୍ଦ୍ର କିସାନ, କରୁଣା କର କିସାନ,ଅନିତା ସିଂହ, ଶୁମତି କିସାନ, ନିରୁପମା ସିଂ ,ଡ଼ଲି ପଟେଲ, କୁଞ୍ଜଲତା ପଟେଲ,ଅହଲ୍ୟା ରଣା , ପ୍ରିୟଙ୍କା ସିଂ, ରଶ୍ମିତା ବାଗ, ପ୍ରେମଲତା ବାଗ ,ପ୍ରସନ୍ନ ରଣା ପ୍ରମୁଖ ନେତୃତ୍ୱ ନେଇଥିଲେ । ଏହି ଦାବି ପତ୍ର ରେ ଟା ଇଁ ସ ର ଗ୍ରାମ ପଞ୍ଚାୟତକୁ ନିସାମୁକ୍ତ କରିବା ,ପ୍ରସ୍ତାବିତ ୭୦ ମଦଭାଟ ଖୋଲିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା , ନିସନିବର କର୍ମୀ ସୁବାସ ନାୟକ ,କରୁଣା କିସାନ ଓ ଭୋଜପୁରୀ ଅଞ୍ଚଳ ର ନାରୀକରମୀ ଙ୍କ ଉପରେ ଥିବା ମିଛ କେସ ସବୁ ପ୍ରତ୍ୟାହାର କରିବା ଆଦି ଉଲ୍ଲେଖ କରାଯାଇଛି ।ଦାବିପତ୍ର ପ୍ରଦାନ ପରେ ସ୍ଵେଚ୍ଛାସେବୀ ଗଣ ଅବକାରୀ ଇନ୍ସପେକ୍ଟର ,ଏସ ଡି ପି ଓ ଙ୍କୁ ମଧ୍ୟ ଦାବି ପତ୍ର ଦିଅ ଯାଇଛି ।
ବ୍ୟୁରୋ ରିପୋର୍ଟ AKN NEWS


