ଓଡିଶା ଖବର

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟିର ୧ ଘଣ୍ଟା ରାଷ୍ଟ୍ର ପାଇଁ କାର୍ଯ୍ୟକ୍ରମ

(AKN NEWS):ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ବରେ ଜିଲ୍ଲାରେ ଗତ ୧୭ ସେପ୍ଟେମ୍ୱର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ ଠାରୁ ଆସନ୍ତା ୨ ଅକ୍ଟୋବର ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଚାଲୁ ରହିଥିବା “ସେବା ପକ୍ଷ” ପାଳନ କାର୍ଯ୍ୟକ୍ରମ ଜାରି ରହିଛି I ଏହାରି ଭିତରେ ପ୍ରଖର ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଚିନ୍ତକ ଏବଂ ସୁସଂଗଠକ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଏକାତ୍ମ ମାନବବାଦର ବିଚାରଧାରା ରଖୁଥିବା ମହାନ୍ ବ୍ୟକ୍ତିତ୍ଵ ପଣ୍ତିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆଗ୍ରହ ତଥା ଆହ୍ୱାନ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶରେ” ୧ ଘଣ୍ଟା ରାଷ୍ଟ୍ର ପାଇଁ” ସମର୍ପଣ କାର୍ଯ୍ୟକ୍ରମ ରହିଥିଲା I ଏହି କାର୍ଯ୍ୟକ୍ରମ ଅନୁଯାୟୀ “ଏକ ପେଡ ମାଆ କେ ନାମ” ବୃକ୍ଷ ରୋପଣ ଓ “ସ୍ୱଚ୍ଛ ଭାରତ ଅଭିଯାନ” ସଫେଇ କାର୍ଯ୍ୟକ୍ରମ ସକାଳ ୮ ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ ଭବାନୀପାଟଣା ମାଁ ମାଣିକେଶ୍ଵରୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପୋଢ଼ଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ କଳାହାଣ୍ଡିର ମହାରାଜା ଶ୍ରୀ ଅନନ୍ତ ପ୍ରତାପ ଦେଓ ଜୀ, ବରିଷ୍ଟ ନେତା ଭାରତ ଦେଓ ,ପୂର୍ବତନ ଜିଲ୍ଲା ସଭାପତି ଭବେନ୍ଦ୍ର ପଣ୍ଡା,ପୂର୍ବତନ ବିଧାୟକ ଅନାମ ନାଏକ ,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ବିଶ୍ୱକବି ଭବାନୀଶଙ୍କର ନିଆଲ,ଭବାନୀପାଟଣା ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶରତ ନାଏକ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି ,ସ୍ବଚ୍ଛ ଭାରତ ଅଭିଯାନର ଜିଲ୍ଲା ସଂଯୋଜକ ଲୋକନାଥ ଦୁର୍ଗା,ଜିଲ୍ଲା ମିଡ଼ିଆ ସଂଯୋଜକ ନରହରି ପଟ୍ଟନାୟକ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିଯୟଦେବ ସାହୁ , ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ,ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଶୋଭାଗୀନି ପାତ୍ର, ଶର୍ମିଷ୍ଠା ନାୟକ, ନିବେଦିତା ମିଶ୍ର, ମହିଳା ମୋର୍ଚ୍ଚା ନଗର ସଭାନେତ୍ରୀ ଅନିତା ବିଶ୍ୱାଳ, ଅନୁସୂଚିତ ଜନଜାତି ନଗର ସଭାନେତ୍ରୀ ପଦ୍ମାବତୀ ଶବର,ନିରଞ୍ଜନ ଯୋଶୀ, ମଧୁସୂଦନ ନାଏକ, ସୁଜିତ ସ୍ୱାଇଁ, ମନୋଜ ନାଏକ, ମିତ୍ରଜିତ ସିଂ ସମତେ ସମସ୍ତ ନଗର ମଣ୍ଡଳର ପଦାଧିକାରୀ,କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଉପସ୍ଥିତ ରହିଥିଲେ I ଏହା ପରେ ଜିଲ୍ଲା କାର୍ଯ୍ୟଳୟ ଠାରେ ପଣ୍ତିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ର ରେ ମାଲ୍ୟଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ଜୀବନୀ ଉପରେ ଉପସ୍ଥିତ ନେତୃବୃନ୍ଦ ସ୍ମୃତି ଚାରଣ କରି ଥିଲେ I ନଗର ସାଧାରଣ ସମ୍ପାଦକ ପ୍ରଦିପ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ ଓ ନଗର ସଭାପତି ଚିତ୍ତରଂଜନ ପାତ୍ର ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ I🙏🏼

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!