ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସଚ ସୁରଭି -2025 ଅନୁଷ୍ଠିତ l

ବୋଲଗଡ(AKN NEWS):ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନ ଦେଉଳି କ୍ଲଷ୍ଟର ର ପଶ୍ଚିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ତାଳତୁମ୍ବ ଠାରେ ଶିଶୁମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି ।
ପୂର୍ବାହ୍ନରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ପ୍ରଣତି ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର ବାରିକ ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ଓ ଶିକ୍ଷାବିତ୍ ଶ୍ରୀଯୁକ୍ତ ହରିବନ୍ଧୁ ତ୍ରିପାଠୀ, ଶ୍ରୀଯୁକ୍ତ ପୁରୁଷୋତ୍ତମ ବେହେରା ,ମୟୂର କବି ବାଳକୃଷ୍ଣ ନାୟକ , ବରିଷ୍ଠ ଶିକ୍ଷକ ସୁକାନ୍ତ କୁମାର ବ୍ରହ୍ମା ଓ CRCC ରବୀନ୍ଦ୍ରନାଥ ବେହେରା ପ୍ରମୁଖ ପ୍ରଦୀପଜ୍ଵଳନ କରି ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ୫ଟି ବିଦ୍ୟାଳୟ ଓ ଦୁଇଟି ଉଚ୍ଚ ବିଦ୍ୟାଳୟର କନିଷ୍ଠ , ବରିଷ୍ଠ ଓ ଉଚ୍ଚ ବରିଷ୍ଠ ବିଭାଗର ୨୩ ଟି ପ୍ରତିଯୋଗୀତାରେ ଓ ପ୍ରାରମ୍ଭିକ ସ୍ତରର ୧୨ ଟି ପ୍ରତିଯୋଗୀତାରେ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ନିଜର ଅନ୍ତର୍ନିହିତ ଗୁଣାବଳୀ ପ୍ରତିପାଦନ କରିଥିଲେ। ବିଭିନ୍ନ ବିଭାଗର ପ୍ରତିଯୋଗୀ ମାନଙ୍କ ମଧ୍ୟରେ ବକ୍ତୃତା , କୁଇଜ୍, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ ରଚନା, ସଙ୍ଗୀତ, ସୁନ୍ଦର ହସ୍ତାକ୍ଷର ଲିଖନ ଓ ଦଳଗତ ସାଂସ୍କୃତିକ ନୃତ୍ୟ ପରିବେଷଣ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ l
ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ – AKN NEWS


