ଓଡିଶା ଖବର

ଜାତି ଓ ଧାର୍ମିକ ନିର୍ଯ୍ୟାତନାକୁ ବରଦାସ୍ତ କରାଯିବ ନାହିଁ ।ମୂଳନୀବାସୀ ମହାସଂଘ ଏବଂ ଏସ ସି ଫେଡେରେସନ ତରଫରୁ ପ୍ରତିବାଦ ସଭା ।

ଭବାନୀପାଟଣା,(AKN NEWS):ଗତ ୬ ତାରିଖ ଦିନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ କୋର୍ଟ ଚାଲିଥିବା ସମୟରେ ଜୋତା ଫିଙ୍ଗିବା ଘଟଣା, ହରିୟାଣାର ଆଇପିଏସ ଅଧିକାରୀ (ଏଡିଜିପି ) ୱାଇ. ପୁରନ କୁମାରଙ୍କ ଉପରେ ଜାତିଗତ ନିର୍ଯାତନା ଓ ଶୋଷଣ ସହି ନପାରି ନିଜ ମୁଣ୍ଡରେ ଗୁଳି କରି ଆତ୍ମହତ୍ୟା କରିଥିବା ଘଟଣା ତଥା ସାରା ଦେଶରେ ଏସସି, ଏସଟି, ଓବିଶି ଓ ସଂଖ୍ୟାଲଘୁ ମାନଙ୍କ ଉପରେ ହେଉଥିବା ଜାତିଗତ ଓ ଧାର୍ମିକ ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ଆଜି କଳାହାଣ୍ଡି ମୂଳନୀବାସୀ ବହୁଜନ ମିଳିତ ମହାସଂଘ ଓ ଏ ଓ ଏସ ସି ଏଫ ତରଫରୁ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ଗଣଧାରଣା ଦିଆଯାଇଥିଲା । ସାମ୍ବିଧାନିକ ଆଇନ ଆଧାରରେ ଦେଶକୁ ପରିଚାଳନା ନକରି ଏକ ନିର୍ଦ୍ଧିଷ୍ଟ ଧର୍ମ ଓ ଜାତିର ଇଙ୍ଗିତରେ ଦେଶ ପରିଚାଳିତ ହେବା ଦେଶ ପାଇଁ ଆତ୍ମାଘାତି ହେବ । ଜାତିଗତ ମାନସିକତା ହେତୁ ବିଚାର ବିଭାଗର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅସମ୍ମାନିତ କରାଯାଉଛି । ଦେଶରେ ବିଭିନ୍ନ ସମୟରେ ବହୁଜନ ସମାଜର ଜନସାଧାରଣଙ୍କୁ ଯୋଜନାବଦ୍ଧ ଭାବେ ଜାତିଗତ ନିର୍ଯାତନା ଦିଆଯାଉଛି । ସ୍ୱାଧୀନତାର ୭୮ ବର୍ଷ ପରେ ମଧ୍ୟ ଧାର୍ମିକ ମୌଳବାଦୀ ମାନେ ସମ୍ବିଧାନର ମୂଳ ତତ୍ୱ- ସମତା ବନ୍ଧୁତା ଓ ସ୍ୱତନ୍ତ୍ରତାକୁ ଗ୍ରହଣ କରିପାରୁ ନାହାନ୍ତି। ଆର୍ ଏସ ଏସ ଭଳି ସଂଗଠନ ଦେଶକୁ ଏକ ରୂଢିବାଦୀ ବ୍ୟବସ୍ଥା ଭିତରକୁ ଠେଲିଦେବାର ଚେଷ୍ଟା କରୁଛନ୍ତି । ବହୁଜନ ସମାଜ ଏ ଷଡଯନ୍ତ୍ରକୁ କଦାପି ବରଦାସ୍ତ କରିବ ନାହିଁ । କଷ୍ଟ ଲବ୍ଧ ସ୍ୱାଧୀନତା ଓ ସମ୍ବିଧାନର ସୁରକ୍ଷା ପାଇଁ ବହୁଜନ ସମାଜ ପ୍ରଣାବଳୀ ଦେବାକୁ ପ୍ରସ୍ତୁତ । ତେଣୁ ଦେଶର ବୃହତ୍ତର ସ୍ୱାର୍ଥ ପାଇଁ ସମସ୍ତେ ସମ୍ବିଧାନର ଶାସନକୁ ସ୍ୱୀକାର କରିବା ଉଚିତ । ଆଗାମୀ ଦିନରେ ରୂଢିବାଦୀ ମାନସିକତାରେ ପରିବର୍ତ୍ତନ ନ ଆସିଲେ କିମ୍ବା ଜାତି ଆଧାରିତ ନିର୍ଯାତନା ବନ୍ଦ ନ ହେଲେ ବହୁଜନ ସମାଜ ମଧ୍ୟ ଆଈନକୁ ହାତକୁ ନେବ ବୋଲି ଉକ୍ତ ପ୍ରତିବାଦ ସଭା ଓ ଗଣଧାରଣାରେ ବକ୍ତା ମାନେ ମତାବ୍ୟକ୍ତ କରିଥିଲେ । ପରେ ସେମାନେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲପାଳଙ୍କୁଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବୀ ପତ୍ରରେ ଅଭିଯୁକ୍ତ ଓକିଲ ରାକେଶ କୁମାରଙ୍କ ବିରୁଦ୍ଧରେ ଦେଶଦ୍ରୋହୀ ଅପରାଧରେ କେସ ରୁଜ୍ଜୁକରି ଫାସୀ ଦିଆଯାଉ । ଜାତିଗତ ଓ ଧାର୍ମିକ ବିଦ୍ବେଷ ସୃଷ୍ଟି କରୁଥିବା ତତ୍ୱ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାକୁଡ଼,ଏଓଏସସିଅଫ ର ଜିଲ୍ଲା ସଭାପତି ଦିଗାମ୍ବର ଲୁହା, ମହାସଚିବ ଯତୀନ୍ଦ୍ର କର, ମୂଳନୀବାସୀ ମିଳିତ ମହାସଙ୍ଘର କାର୍ଯ୍ୟକାରୀ ସଭାପତି ତଥା ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ,ମୂଳନୀବାସୀ ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ, କୀର୍ତନ ନାଏକ ଯାଦବ, ଆଇନ ପରାମର୍ଶ ଦାତା ଛବିଲାଲ ନିଆଲ,ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ଜଗଦୀଶ ଯାଦବ, ଯୁବ ସଭାପତି ଡାକେଶ୍ୱର ଲହଜଳ, ଜିଲ୍ଲା ସମ୍ପାଦକ ଢଗ ନାଏକ, ସୋମ୍ୟରଞ୍ଜନ ନାଏକ, ଉପଦେଷ୍ଟା ଆଦିତ୍ୟ ହଂସ ଯାଦବ, ବରୁଣ ନାଏକ, ଲୋକନାଥ ନାଗ, କୀର୍ତ୍ତନ ନାଏକ ଯାଦବ, ଚିତ୍ତରଞ୍ଜନ ନିଆଲ, ଜୟପ୍ରକାଶ ଜାଲ, ଯୁଧେଷ୍ଟି ଭଗତ, ଧିରେନ ସୁନାନୀ, ନାରୀ ନେତ୍ରୀ ପ୍ରତିମା ମହାନନ୍ଦ, ଦୀନେଶ କୁମାର ମଲ୍ଲିକ, ଧବଳେଶ୍ୱର ନାଗ, ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥାଇ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଏଓଏସସିଅଫ ମହାସଚିବ ତଥା ଶ୍ରୀ କର ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!