ଓଡିଶା ଖବର

ସାଇବର ସୁରକ୍ଷା ଅଭିଯାନ ଅରେବେଡ଼ାର ପତିତପାବନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ।

(AKN NEWS): ସାଇବର ସୁରକ୍ଷା ଅଭିଯାନ ଅରେବେଡ଼ାର ପତିତପାବନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ। ଜୟପାଟଣା ବ୍ଲକ ଅନ୍ତର୍ଗତ ଅରେବେଡ଼ା ଗ୍ରାମର ପତିତପାବନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଦିନ ସାଇବର ସୁରକ୍ଷା ଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା — ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ଜଗତରେ ସୁରକ୍ଷିତ ରହିବା ପାଇଁ ଜ୍ଞାନ ଓ ସଚେତନତା ସୃଷ୍ଟି କରିବା।ଅଭିଯାନରେ କଲମପୁର ଆଇ.ଆଇ.ସି. ବିଶ୍ବମ୍ବର କହଁର ଏବଂ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ଉପସ୍ଥିତ ଥିଲେ। ସେମାନେ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ, ଅନଲାଇନ ଠକେଇ, ସୋସିଆଲ ମିଡିଆରେ ସଚେତନ ରହିବା ଓ ବିଭିନ୍ନ ଠକେଇ ପ୍ରକାର ବିଷୟରେ ବିସ୍ତାରିତ ଭାବେ ଜଣାଇଲେ।

ପତିତପାବନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ମୁଣ୍ଡ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଏବଂ କଳାହାଣ୍ଡି ସାଇବର ସଚେତନତା ଟିମ ଉପସ୍ଥିତ ହୋଇଥିଲେ।ଛାତ୍ରଛାତ୍ରୀମାନେ ଏହି ସଚେତନତା କାର୍ଯ୍ୟକ୍ରମରୁ ବହୁତ ଲାଭାନ୍ବିତ ହେଲେ ଏବଂ ଡିଜିଟାଲ ମାଧ୍ୟମ ଉପଯୋଗ ସମୟରେ ସତର୍କ ରହିବା ପାଇଁ ସଂକଳ୍ପ ନେଲେ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ରୁ ଟଙ୍କଧରବିହାରୀ ଙ୍କ ରିପୋଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!