ବେଗୁନିଆରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ।

(AKN NEWS): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଆରମ୍ଭ ହେଲା ନୂତନ ସରକାରଙ୍କ ଦ୍ୱାରା ଆୟୋଜିତ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା । ବେଗୁନିଆର ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ପରିସରରେ ଏକ ଦିବସୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା 2025 ଅନୁଷ୍ଠିତ ହୋଇ ଯାଇଛି। ମୂଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ବେଗୁନିଆ ବିଡ଼ିଓ ,ସୋଆ ୟୁନିଭରସିଟ୍ର ପ୍ରଫେସର , ଜିଲ୍ଲା ଓ ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଏବଂ ସରକାରୀ କର୍ମଚାରୀ ଗଣ ସମ୍ମାନିତ ଅତିଥି ଭାବେ ଥିଲେ ଉପସ୍ଥିତ । ସରକାରଙ୍କ ତରଫରୁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବନାହିଁ ।
ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀ ମାନଙ୍କୁ ସରକାର ଯୋଜନା ମାଧ୍ୟମରେ ମିଳୁଥିବା ସୁବିଧା ଯଥା :- ଗୋପାଳନ , ମତ୍ସ୍ୟଚାଷ , କୁକୁଡ଼ା ଫାର୍ମ , ବତକ ଚାଷ , ଛେଳି ଓ ଘୁଷୁରୀ ଫାର୍ମ କରି ସରକାରୀ ଅନୁଦାନରେ ରିହାତିର ଲାଭ ଦ୍ୱାରା ନିଜର ଆର୍ଥିକ ସ୍ଥିତି ସୃଦୁଢ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି। ଯେପରି ସମସ୍ତ ସରକାରୀ ଯୋଜନାକୁ ପଞ୍ଚାୟତ ସ୍ତରରେ ପ୍ରତି ଚାଷୀ ନିକଟରେ ପହଞ୍ଚି ପାରିବ ଏହି ମେଳାର ମୂଳ ଲକ୍ଷ୍ୟ ।ବ୍ଲକ କଳା ସଂସ୍କୃତି ସଂଘ ତରଫରୁ ପାଲା , ସଂକୀର୍ତ୍ତନ ଓ ପାଇକଆଖଡ଼ା କରାଯାଇଥିବା ବେଳେ ପଶୁପାଳନ ଓ ମତ୍ସ୍ୟ ଚାଷ ସମ୍ପର୍କିତ ଭିର୍ନ୍ନ ଭିର୍ନ୍ନ ଷ୍ଟଲ ମାନ ପଦର୍ଶନ କରାଯାଇଥିଲା । ବେଗୁନିଆ ବ୍ଲକର ୨୧ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସମେତ ବହୁ ଚାଷୀ ଏକତ୍ରିତ ହୋଇ ପଶୁ ପାଳନ ଓ ମତ୍ସ୍ୟ ଚାଷ ସମ୍ପର୍କିତ ଜ୍ଞାନ ଆହରଣ କରିଥିଲେ । ଭିର୍ନ୍ନ ଭିର୍ନ୍ନ ଚାଷକ୍ଷେତ୍ରରେ ସଫଳତା ଲାଭ କରିଥିବା ଚାଷୀ ଓ ମହିଳା ଗୋଷ୍ଟିକୁ ପ୍ରମାଣ ପତ୍ର, ଟ୍ରଫି ଓ ଏକ ହଜାର ଟଙ୍କାର ପୁରସ୍କାର ଅର୍ଥ ରାଶି ଚେକ ଆକାରରେ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ସରକାରଙ୍କ ଏହି ଅଭିନଵ ପ୍ରୟାସରେ ଚାଷୀ ମାନେ ଉତ୍ସାହିତ ହେବା ସହିତ ଆନ୍ତରିକ ସ୍ଵାଗତ ସହ ସାଧୁବାଦ ପ୍ରଦାନ କରିଥିଲେ ।
ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ Akn News


