ଜିଲ୍ଲା

ତୀର୍ଥ ଯାତ୍ରା ଯୋଜନା ରେ ସାମିଲ ହେବେ ପୁରୀ ର ୧୫୯ ଜଣ।

  • ତୀର୍ଥ ଯାତ୍ରା ଯୋଜନା ରେ ସାମିଲ ହେବେ ପୁରୀ ର ୧୫୯ ଜଣ।
    ପୁରୀ,(AKN NEWS)  ୩୧/୧୦ ଚଳିତ ବର୍ଷ ତୀର୍ଥ ଯାତ୍ରା ଯୋଜନା ରେ ପୁରୀ ରୁ ଦୁଇ ପର୍ଯ୍ୟାୟରେ ଯାତ୍ରୀ ମାନେ ହରିଦ୍ଵାର ଋଷିକେଶ ଓ ତିରୁପତି ଭେଲୋର ଯିବାର କାର୍ଯ୍ୟକ୍ରମ ରହିଛି।ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ୧୫୯ ଜଣ ହରିଦ୍ଵାର- ଋଷିକେଶ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫୮ ଜଣ ଫେବୃଆରୀ ୮ ରୁ ୧୩ ପର୍ଯ୍ୟନ୍ତ ତିରୁପତି-ଭେଲୋର ପରିଭ୍ରମଣ ର ବ୍ୟବସ୍ଥା ରହିଛି।ଏହି ଯାତ୍ରା କୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ବିଗତ ବର୍ଷ ମାନଙ୍କ ପରି ତୀର୍ଥଯାତ୍ରୀ ଙ୍କ ର ସମସ୍ତ ସୁବିଧା ଓ ଶୃଙ୍ଖଳିତ ଭାବେ ଯିବା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ।ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ ବିସ୍ତୃତ ସୂଚନା ଦେଇ ନଭେମ୍ବର ୧ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନଲାଇନ yatra.odisha.gov.in
    ମାଧ୍ୟମରେ ଆଗ୍ରହୀ ବ୍ୟକ୍ତି ପଞ୍ଜିକରଣ କରି ପାରିବେ ବୋଲି କହିଥିଲେ।ସଂପୃକ୍ତ ବ୍ୟକ୍ତି ଙ୍କ ବୟସ ୬୦ ରୁ ୭୫ ମଧ୍ୟରେ ହେବା ସହ ଶାରୀରିକ ଭାବେ ସକ୍ଷମ ହୋଇ ଥିବେ।ସମସ୍ତ ଆବେଦନ ର ଯାଞ୍ଚ ପରେ ଲଟେରୀ ମାଧ୍ୟମରେ ଯାତ୍ରୀ ମାନଙ୍କୁ ଚୟନ କରାଯିବ।ପ୍ରଥମ ପର୍ଯ୍ୟାୟ ଲଟେରୀ ପରେ ଅବଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଲଟେରୀ ମାଧ୍ୟମରେ ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥ ଯାତ୍ରି ପାଇଁ ଯାତ୍ରୀ ଚୟନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆରଟିଓ ରବିନ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!