କାହା ପାଇଁ ବାଧ୍ୟତା…. କାହା ପାଇଁ ଅଜ୍ଞାନତା….

❣️କାହା ପାଇଁ ବାଧ୍ୟତା….
❣️କାହା ପାଇଁ ଅଜ୍ଞାନତା….
👁୧. ବର୍ଷ ସାରା ଥଣ୍ଡାରେ ଶିହରୀ ଉଠୁଥିବା ଆମେରକା, ୟୁରୋପୀୟ ବାସୀଙ୍କ ପାଇଁ କୋର୍ଟ, ପ୍ୟାଣ୍ଟ୍, ଟାଇ ପିନ୍ଧିବା ଏକ ବାଧ୍ୟତା। କିନ୍ତୁ ବୈଶାଖ ମାସ ନିର୍ଦ୍ଧୁମ ଖରାରେ କୋର୍ଟ, ପ୍ୟାଣ୍ଟ୍, ଟାଇ ପିନ୍ଧି ବରଯାତ୍ରୀ ବାହାରିବା ଆମର ଏକ ଅଜ୍ଞାନତା
ନୁହେଁ କି?😴
👁୨.ପାଣିର ଅଭାବ ଓ ଶୀତ ଲହରୀ କାରଣରୁ ଖାଇ ସାରିବା ପରେ ଟିଶୁ କାଗଜରେ ମୁହଁ ପୋଛି ଦେବା ପାଶ୍ଚାତ୍ୟ ଦେଶ ପାଇଁ ବାଧ୍ୟତା। କିନ୍ତୁ ଭାରତରେ ହୋଟେଲ ରେ ଖାଇ କାଗଜରେ ମୁହଁ ପୋଛି, ଦାନ୍ତ୍ତ ରୋଗକୁ ନିମନ୍ତ୍ରଣ କରିବା ଏକ ଅଜ୍ଞାନତା
ନୁହେଁ କି?😴
👁୩.ସଜ ଖାଦ୍ୟ ଉପଲବ୍ଧ ନ ହେବା କାରଣରୁ ବାସି ଅଟା ତିଆରି ପିଜ୍ଜା, ବର୍ଗର, ନୁଡୁଲସ ଖାଇବା ପାଶ୍ଚାତ୍ୟ ଦେଶଙ୍କ ପାଇଁ ବାଧ୍ୟତା। କିନ୍ତୁ ଆମ ଛପନ ପୌଟି ଭୋଗର ଦେଶରେ ସଜ ଖାଦ୍ୟ ଛାଡ଼ି ୫୦୦ ଟଙ୍କା଼ର ବାସି ପିଜା ଖାଇବା ଆମର ଏକ ଅଜ୍ଞାନତା
ନୁହେଁ କି?😴
👁୪.ସଜ ଖାଦ୍ୟ ଅଭାବ କାରଣରୁ ଫ୍ରିଜ୍ ବ୍ୟବହାର କରିବା ୟୁରୋପୀୟ ଙ୍କ ବାଧ୍ୟତା। ଆମ ଦେଶ ହାଟ ବଜାରରେ ପ୍ରତ୍ୟେକ ଦିନ ତାଜା ପରିବା ମିଳିଲେ ମଧ୍ୟ ଏହାକୁ ସପ୍ତାହ ଭଳି ଆବଶ୍ୟକ ପରିମାଣରେ କିଣି ଫ୍ରିଜ୍ ରେ ଭରି, ସଢାଇ ଖାଇବା ଆମର ଏକ ଅଜ୍ଞାନତା
*ନୁହେଁ କି?😴*
👁 ୫.ଚେର ମୂଳ ଜ୍ଞାନ ନ ହେବା କାରଣରୁ ଜୀବଜନ୍ତୁଙ୍କ ରକ୍ତ ହାଡମାଂସରେ ତିଆରି ଔଷଧ ବ୍ୟବହାର ପାଶ୍ଚାତ୍ୟ ଦେଶ ପାଇଁ ବାଧ୍ୟତା। କିନ୍ତୁ ଧନ୍ୱନ୍ତରି, ମହର୍ଷି ଚରକ, ପତାଞ୍ଜଳି ଭଳି ମହାନ ଆୟୂର୍ବିଜ୍ଞାନୀ ଔଷଧିୟ ଜ୍ଞାନ ଦେବା ସତ୍ତ୍ୱେ ଜୀବଜନ୍ତୁଙ୍କ ମାଂସରେ ତିଆରି ଔଷଧ ବ୍ୟବହାର କରିବା ଆମ ପାଇଁ ଏକ ଅଜ୍ଞାନତା
*ନୁହେଁ କି?😴*
👁୬.ପର୍ଯ୍ୟାପ୍ତ ଶସ୍ୟ ଅଭାବରେ ଜୀବଜନ୍ତୁ ମାରି ଖାଇବା ପାଶ୍ଚାତ୍ୟ ଲୋକଙ୍କ ପାଇଁ ବାଧ୍ୟତା। କିନ୍ତୁ ଶସ୍ୟ ଶ୍ୟାମଳା ଭାରତ ଭୂଇଁରେ ପ୍ରାୟ ୧୬୦୦ ପ୍ରକାରର ଉଦ୍ଭିଦ ଜାତ ପର୍ଯ୍ୟାପ୍ତ ଭୋଜନ ଛାଡ଼ି ସାମାନ୍ୟ ନିରୀହ ପ୍ରାଣୀକୁ ମାରି ଖାଇବା ଆମର ଏକ ଅଜ୍ଞାନତା
ନୁହେଁ କି?😴
👁୭.ଦହି, ଘୋଳ, ଲାସସୀ, ଫଳ ରସ, ଲେମ୍ବୁପାଣି ଅଭାବରେ କୋଲ୍ଡଡ୍ରିଙ୍କ ପିଇବା ପାଶ୍ଚାତ୍ୟ ଦେଶ ପାଇଁ ବାଧ୍ୟତା ହୋଇପାରେ। କିନ୍ତୁ ଏଠାରେ ୩୬ ପ୍ରକାର ପେୟ ର ଉପଲବ୍ଧତା ଥାଇ କୋକ୍ ଭଳି ବିଷ ପାନ କରି ନିଜକୁ ଆଧୁନିକ ମନେ କରିବା ଆମର ଏକ ଅଜ୍ଞାନତା
ନୁହେଁ କି?😴
👁୮.ବିଦେଶରୁ ଯେଉଁମାନେ ଭାରତ ଫେରନ୍ତି, ମିଠା ନାମରେ ଚକ୍ଲେଟ ନେଇ ଆସିଥାନ୍ତି। କାରଣ ହେଉଛି ଅନ୍ୟ ମିଠାର ଅନୂପଲବ୍ଧତା। କିନ୍ତୁ
ବୁନ୍ଦି
କ୍ଷୀରି
ବର୍ଫି
ଘେଵର୍
ଚୁର୍ମା
ରେବଡି
ଫେଣା
ଜିଲେବି
ଅମାୱାଟ
କଲାକନ୍ଦ୍
ରାଜଭୋଗ
କମାଳଭୋଗ
ମୋହନ ଭୋଗ
ରସାବଳି
ରସମଲେଇ
ନନଖଟାଇ
ପୂରନପୋଲି
ବେସନ ବୁନ୍ଦିଆ ଲଡୁ
କାଜୁ କଟଲି
ସୋହନ ହଲୱା
ଗୁଲାବ ଜମୁନ
ନଡିଆ ବରଫି
ତିଳ ଲଡୁ
ଗାଜର ହଲ୍ଵଵା
ଶ୍ରୀଖଣ୍ଡ
ଆହୁରି ଅଗଣିତ ଅନେକ ଅନେକ
ଏତେ ପ୍ରକାର ମିଠା ମିଠେଇ ଥାଉଁ ଥାଉଁ …ଟିଭି ଏଡ୍ ରେ ପ୍ରଭାବିତ ହୋଇ
*कुछ मीठा हो जाये’*
ନାମରେ ଚକ୍ଲେଟ୍ ଖାଇବା ଆମର ଏକ ଅଜ୍ଞାନତା
*ନୁହେଁ କି?😴*
👁୯.ଇଂରାଜୀ ଶବ୍ଦ କୋଷ ସୀମିତ ଶବ୍ଦ ଊପରେ ଦଣ୍ଡାୟମାନ। ଛୋଟିଆ ଉଦାହରଣ: ମାମୁଁ , ମାଇଁ, ପିଉସା, ପିଉସୀ, ମଉସା, ମାଉସୀ: ସମସ୍ତେ uncle,aunty। ଆହୁରି ଶାଶୁ, ଶଶୁର, ପିତା,ମାତା ସଦୃଶ ପୂଜ୍ୟ। ସେଥିରେ ପୁଣି law ଶବ୍ଦ କେଉଁଠୁ ଉଠୁଛି। ଆମେ କଣ ଶାଶୁ,ଶଶୁରଙ୍କୁ କହି ପାରିବା: ତୁମେ ମାନେ ଆଇନ୍ ଅନୁସାରେ ମାତାପିତା। କଦାପି ନୁହେଁ। ଏ ସମସ୍ତ ଶଦ୍ଦର ଅଭାବର ପରିଣତି। ତେଣୁ ସେମାନଙ୍କ ପାଖରେ ଶଦ୍ଦ ଅଭାବରୁ ଗୋଟିଏ ଶଦ୍ଦ ବାରମ୍ବାର ବ୍ୟବହାର କରିବା ବାଧ୍ୟତା। ଯେପରି ଗୋଡ଼ ଇଂରାଜୀ ରେ leg। କିନ୍ତୁ ଆମ ଦେଶରେ ବ୍ୟବହାର ଅନୁସାରେ ଶଦ୍ଦର ସ୍ୱରୂପ ପରିବର୍ତ୍ତନ ହେଇଥାଏ।
ଗୋଡ଼ରେ ଆଘାତ ଦେଲେ ପଦାଘାତ,
ଗୋଡ଼ ଧୋଇ ପାଣି ପାଇଲେ ଚରଣାମୃତ।
ଗୋଡ଼ରେ ମାରିଲେ ଗୋଇଠା,
ଗୋଡ଼ରେ ଚାଲି ନ ପାରିଲେ ଛୋଟା।
ଏହାର ବିପରୀତ ଭାରତୀୟ ସାହିତ୍ୟ ସଂସ୍କୃତି ଅଦ୍ୱିତୀୟ। ଏକ କଟୁ ସତ୍ୟ। ଆମ ଭରତ ବର୍ଷରେ ପ୍ରାଦେଶିକ ସାହିତ୍ୟ ଓ ଭାଷା ମଧ୍ୟ ସେହିଭଳି ଅତ୍ୟନ୍ତ ଉଚ୍ଚ କୋଟିର। ସେଥିରେ ପୁଣି ଓଡ଼ିଆ ଭାଷା ସାହିତ୍ୟ। ବୋଧ ହୁଏ ବିଶ୍ଵରେ ଏଭଳି ସାହିତ୍ୟ ନାହିଁ, ପ୍ରତ୍ୟେକ ପାଦର ପ୍ରଥମ ଅକ୍ଷର ‘”ବ”କୁ ନେଇ ରାମାୟଣ ମହାକାବ୍ୟ ରଚନା କରା ଯାଇଛି। (ବୈଦେହୀଶବିଳାସ)। ଓଡ଼ିଆ ଭାଷା ଅସୀମିତ ଶବ୍ଦ ଦ୍ଵାରା ପରିପୁଷ୍ଟ । ଥରେ ମାତ୍ର ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଅଭିଧାନ ଦେଖିଲେ ସ୍ପଷ୍ଟ ଜାଣି ହୁଏ। ଏତେ ସମୃଦ୍ଧ ସାହିତ୍ୟକୁ ଛାଡ଼ି ଇଂରାଜୀ ଅନୁକରଣ , ଅନୁସରଣ କରିବା, ପରସ୍ପର ମଧ୍ୟରେ ଛୋଟ ଛୋଟ ସନ୍ଦେଶ ହୁଆଟସାପ୍ ରେ ଇଂରାଜୀ ରେ ଆଦାନ ପ୍ରଦାନ କରିବା ଓ ନିଜ ଭାଷାକୁ ବିଦେଶୀ ଭାଷା ଭଳି ଆଦର ନ କରିବା, ଏକ ଅଜ୍ଞାନତା
ନୁହେଁ କି?😴
ଆମ ଭାଷା, ଆମ ସାହିତ୍ୟ, ଆମ ସଂସ୍କୃତି, ଆମ ପରମ୍ପରା ମହାନ ଓ ଅଦ୍ୱିତୀୟ । କାରଣ ସାହିତ୍ୟ ଓ ସଂସ୍କୃତି ହେଉଛି ଗୋଟିଏ ଜାତି ପାଇଁ ଅସ୍ମିତାର ପରିଚାୟକ | ସାଂସ୍କୃତିକ ବିକାଶ ହିଁ ଗୋଟିଏ ଦେଶ ବା ଗୋଟିଏ ଜାତିର ପ୍ରଗତିର ମୂଳଧାର | ଏହାର କିଛି ବିକଳ୍ପ ନାହିଁ | ତେଣୁ ବଳିଷ୍ଟ ସାହିତ୍ୟ ଓ ଗରିଷ୍ଠ ସଂସ୍କୃତିର ପ୍ରତୀକ ହେଉଛି :
ଆମେ ଓଡ଼ିଆ
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।
✿❁❣️༒ *ଜୟ ଜଗନ୍ନାଥ* ༒❣️❁✿
