ଜିଲ୍ଲା

ବିଶ୍ବ ଏଡସ୍ ଦିବସ ପାଳିତ

 

ସାରା ବିଶ୍ବରେ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡ଼ସ ଦିବସ ଭାବେ ପାଳିତ ହେଉଥ‌ିବା ବେଳେ ଧର୍ମଗଡ଼ ବ୍ଳକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶ୍ରୀ ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୟୁଥ ରେଡକ୍ରସ୍ ଓ ରେଡ୍ ରିବନ କ୍ଳବ୍ ଆନୁକୁଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବେହେରା ସାହୁପଡା ଛକ ପର୍ଯ୍ୟନ୍ତ ଯାଇଥିଲେ ଓ ରାସ୍ତାରେ ଏଡ଼ସ୍ ରୋଗର ନିରାକରଣ ଉପରେ ସଚେତନତା ବାର୍ତ୍ତା ଦେଇଥିଲେ। ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ଯକ୍ଷ ସୁରେନ୍ଦ୍ର ନାଏକଙ୍କ ସଭାପତିତ୍ବ ରେ ଏଡ଼ସ୍ ସଚେତନତା ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ବେହେରା ପ୍ରାଥମିକ ଚିକିତ୍ସାଳୟର ଔଷଧ ଅଧିକାରୀ ନିହାର ରଞ୍ଜନ ବେହେରା ଯୋଗଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଭାଗ୍ୟବାନ ଦାସ, ଭକ୍ତଚରଣ ଭୋଇ ପ୍ରମୂଖ ମଞ୍ଚାସୀନ ହୋଇ ଏଡସ୍ ସଂକ୍ରମଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ ।

 

କାର୍ଯ୍ୟକ୍ରମରେ ଅଧ୍ୟାପକ ରିଙ୍କୁ ଖମାରୀ, ଦେବେନ୍ଦ୍ର ରଣା, ଦିଲିପ ବିଶି, ତୁଷାର ମେହେର, ଭାସ୍କର ଗୋପାଳ, ଅଧ୍ୟାପିକା ବବିତା ନାଏକ ଉପସ୍ଥିତ ଥିଲେ । ଏହି କ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା I ଯୁବ ରେଡକ୍ରସ୍ ପରାମର୍ଶ ଦାତା ତଥା ସଂଯୋଜକ ଅଧ୍ୟାପକ ଭୁଜବଳ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!