ଜିଲ୍ଲା

ସ୍ୱଦେଶୀ ଆନ୍ଦୋଳନର ଅମର ବଳିଦାନୀ ବାବୁ ଗେନୁଙ୍କ ବଳିଦାନ ଦିବସରେ ବିଦେଶୀ ବସ୍ତୁ ବର୍ଜନ ପାଇଁ ଆହ୍ବାନ, ସ୍ୱଦେଶୀ ଦିବସରେ ବିଦେଶୀ ବର୍ଜନ ପାଇଁ ସଂକଳ୍ପ

ଭବାନୀପାଟଣା – ସ୍ୱଦେଶୀ ଜାଗରଣ ମଞ୍ଚ ଓ ସ୍ୱାବଲମ୍ବୀ ଭାରତ ଅଭିଯାନ, କଳାହାଣ୍ଡି ପକ୍ଷରୁ ଡିସେମ୍ବର ୧୨ ସ୍ୱଦେଶୀ ଆନ୍ଦୋଳନର ଏକମାତ୍ର ବଳିଦାନୀ ବବୁଗେନୁଙ୍କ ବଳିଦାନ ଦିବସରେ ପୂର୍ବାହ୍ନ ୧୦ ଘଟିକା ସମୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାରର ପ୍ରାର୍ଥନା ସଭାରେ ମଞ୍ଚର ପ୍ରାନ୍ତ ପରିଷଦ ସଦସ୍ୟ କୈଶବ ବିହାରୀ ଯୋଗ ଦେଇ ବବୁଗେନୁ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶିଶୁ ଭାଇଭଉଣୀ ଓ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ନିଜ ଆଚରଣରେ ସ୍ୱଦେଶୀ ଆପଣାଇବା ପାଇଁ ଆହ୍ବାନ ଦେଇଥିଲେ l ଅପରାହ୍ନ ୪.୩୦ ଘିଟିକା ସମୟରେ ପୁରୁଣା ପଡ଼ା ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଏକତ୍ରିତ ହେବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l

ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆଙ୍କ ନେତୃତ୍ୱରେ ୫ ଘଟିକା ସମୟରେ ଏକ ସ୍ୱଦେଶୀ ସନ୍ଦେଶ ଯାତ୍ରା ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ଠାରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା l ବିଭାଗ ସଂଯୋଜକ ନକୁଳ ନାୟକଙ୍କ ସଂଯୋଜନାରେ ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ, ପ୍ରାନ୍ତ ପରିଷଦ ସଦସ୍ୟ କୈଶବ ବିହାରୀ, ଗ୍ରାହକ ପଞ୍ଚାୟତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶିଲ ପଣ୍ଡା, ଭାରତୀୟ ମଜଦୂର ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ରାଉଳ, ରାଜ୍ୟ ମହିଳା ନେତ୍ରୀ ଝୁନୂପାମା ଶତପଥୀ ପ୍ରମୁଖ ଯୋଗ ଦେଇ ସ୍ୱଦେଶୀ ଉଦ୍ୟମିତା ଓ ସହକରିତା ଆଧାରରେ ବିଦେଶୀ ବର୍ଜ୍ଜନ ସହିତ ଦେଶକୁ ୧୦ ଟ୍ରିଲିୟନ୍ ଡଲାର ଅର୍ଥନୀତିର ଦେଶ ଭାବରେ ପ୍ରତିଷ୍ଠିତ କରିବାର ସଂକଳ୍ପ ନେଇ ଏକ ବେରୋଜଗାର ମୁକ୍ତ, ସ୍ବରୋଜଗାର ଯୁକ୍ତ ସ୍ୱଦେଶୀ ଜ୍ଞାନ କୌଶଳ ଆଧାରରେ ସାମଗ୍ରିକ ଭାବରେ ବିକଶିତ ସମୃଦ୍ଧଶାଳୀ ଭାରତ ନିର୍ମାଣ ପାଇଁ ଆହ୍ବାନ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ମହିଳା ପ୍ରମୁଖ, ପ୍ରାନ୍ତ ଯୁବା ପ୍ରମୁଖ ଗୋଦାବରିଶ ପାତ୍ର, ଜିଲ୍ଲା ମହିଳା ପ୍ରମୁଖ ଜୟନ୍ତୀ ବିହାରୀ, ଭାଜପା ନେତ୍ରୀ ଅନିତା ବିଶ୍ୱାଳ, ବି ଏମ୍ ସ ର ନଳିନୀ ବାଗଙ୍କ ସମେତ ଇ ଦୋସ୍ତିର ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ରହି ବିଦେଶୀ ବସ୍ତୁର ଦହନ ସହିତ ସ୍ୱଦେଶୀ ଗ୍ରହଣ ପାଇଁ ସଂକଳ୍ପ ନେଇଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!