ଅନନ୍ୟ

ଉପାନ୍ତ ରେ ବନବାସୀ ଙ୍କ ବିଶାଲ ଜନ ସମାବେଶ, ରାଜ୍ଯ ସରକାର ଙ୍କ ବିଜ୍ଞପ୍ତି ପ୍ରକାଶ ପରେ ତତ୍ପର ବନବାସୀ*

ନୂଆପଡା ୦୧.୧୧ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଦୁର୍ଗମ ମାଓ ପ୍ରବଣ ଘାଟମାଳ ଗ୍ରାମପଞ୍ଚାୟତ ର ପୋଡ଼ାପଦର ସାପ୍ତାହିକ ବଜାର ପ୍ରାଙ୍ଗଣ ଠାରେ ନୂଆପଡ଼ା ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ପକ୍ଷରୁ ବନବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶ ରେ ନୂଆପଡ଼ା ଜିଲ୍ଲା ର ୫ ଗୋଟି ବ୍ଲକ ର ବନବାସୀ ମାନେ ଯୋଗଦାନ କରି ରାଜ୍ଯ ସରକାର ଙ୍କ ଦ୍ଵାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ଚିଠା ଉପରେ ବିଶେଷ ଆଲୋଚନା କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ତ୍ୱରାନ୍ୱିତ କରିବା ଏବଂ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସ୍ଵୀକୃତି କରିବା ସହ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବା ବନବାସୀ ଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଓ ଅର୍ଥନୈତିକ ପ୍ରଗତି କୁ ନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର “ମୋ ଜଙ୍ଗଲ ଜମି ଯୋଜନା” କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ମାଧ୍ୟମ ରେ ଜଙ୍ଗଲ ଜମି ଶିରୋନାମା ପାଇଥିବା ସମସ୍ତ ହିତାଧିକାରୀ ଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ ଯୋଡ଼ି ତାଙ୍କ ଜୀବନ ଜୀବିକା ରେ ଉନ୍ନତି ଆଣିବା ସହ ସମସ୍ତ ଯୋଗ୍ୟ ଗ୍ରାମ/ ଗ୍ରାମ ସଭା ର ଗୋଷ୍ଠି ଜଙ୍ଗଲ ସମ୍ବଳ ଅଧିକାର ସ୍ଵୀକୃତି ପ୍ରକ୍ରିୟା କୁ ସମ୍ପୂର୍ଣ କରିବା ଦାବୀ କରିଛନ୍ତି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!