ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା
ନୂଆପଡାଜିଲ୍ଲା ସିନାପାଲି ବ୍ଲକ ଚଟିଆଗୁଡ଼ା ସ୍ଥିତ ବେଲାରାଣୀ ଉଚ୍ଚ ବିଦ୍ଯାପୀଠର ପ୍ରଧାନଶିକ୍ଷକ ସୁପୁଚ୍ଛ ମୌଲି ପାଣିଗ୍ରାହୀଙ୍କୁ ବିଦ୍ଯାଳୟ ପରିସରରେ ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା ଦିଆଯାଇଛି ା ଏ ଅବସରରେ ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାତ ନଳିନୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ମକରଧ୍ୱଜ ମାଝୀ, ଜଗଦିଶ ଖମାରୀ, ସମୀର ପାତ୍ର, ରାକେଶ ମିଶ୍ର, ସତ୍ଯନାରାୟଣ ପାତ୍ର, ମହେଶ ତିୱ୍ୱାରୀ, ମହେଂଦ୍ର କୁମାର ପତି, ତ୍ରିନାଥ ମେହେର, ବାମଦେବ ଦାସ, ଜଗନ୍ନାଥ ସେଠୀ, ହେରାମ୍ୱ ଭୋଇ, ସତ୍ଯାନନ୍ଦ ପାତ୍ର, ପଙ୍କଜ ସା ପ୍ରମୁଖ ଯୋଗ ଦେଇଥିଲେ ା ଏଥିସହ ଅମୋଘ କୁମାର ପାତ୍ର, ମୁକ୍ତେଶ୍ୱର ପ୍ରଧାନ, ପ୍ରକାଶ ମେହେର, ଗିରିଶ ଚଂଦ୍ର ସା, ଗୋକୁଳ ଚଂଦ୍ର ପରିଡ଼ା, ଆଶୁତୋଷ ପାତ୍ର, ଦେବେଂଦ୍ର କୁମାର ପୁରୋହିତ, କୁମୁଦବନ୍ଧୁ ଯୋଷୀ, ଗିରିଶ ମାଝୀ ତ୍ରିନାଥ ମଶ୍ରା ପ୍ରମୁଖ ବିଦାୟୀ ପ୍ରଧାନଶିକ୍ଷକଙ୍କ ସ୍ମୃତିଚାରଣ କରିଥିଲେ ା ଏ ଅବସରରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଅମାୟିକ ବ୍ଯକ୍ତିତ୍ୱ, କର୍ତ୍ତବ୍ଯନିଷ୍ଠା ଓ ଛାତ୍ରବତ୍ସଳତାକୁ ସମସ୍ତେ ମନେ ପକାଇ ତାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ୱର୍ଦ୍ଧିତ କରିବା ସହ ସୁସ୍ଥ ଏବଂ ନିରାମୟ ଜୀବନର କାମନା କରିଥିଲେ ା ପ୍ରାରମ୍ଭରେ ଗୌତମ ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ା ସଭାରେ ଧନଞ୍ଜୟ ପୁରୋହିତ ବେଦପାଠ କରିଥିଲେ ଓ ଗୋକୁଳ ଚଂଦ୍ର ପରିଡ଼ା ମାନପତ୍ର ପାଠ କରିଥିଲେ ା ଶେଷରେ ତନୁରାମ ନାୟକ ଧନ୍ଯବାଦ ଦେଇଥିଲେ ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


