ଜିଲ୍ଲା

ବେଲଗୁଣ୍ଠା ପୋଲିସର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଦୁଇ ଗିରଫ

ବେଲଗୁଣ୍ଠା ପୋଲିସର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଦୁଇ ଗିରଫ ।

ବେଲଗୁଣ୍ଠା–୧୪/୩-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି।ଆଜି ସକାଳୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନାଊ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ ଗ୍ରାମର ବଡ଼ସାହିରେ ଆଜି ସକାଳ ୮.୩୦ରେ ଅତର୍କିତ ଚଢ଼ାଉ କରିଥିଲେ । ସେଠାରେ ପୋଲିସ ବିପୁଳ ପରିମାଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ସେହି ଗ୍ରାମର କଂଗ୍ରେସ ଜେନାଙ୍କ ଦୁଇ ପୁଅ ଶଙ୍କର ଜେନା (୩୮) ଏବଂ ସାଗର ଜେନା (୨୮) ।ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ କୌଣସି ବଡ଼ ଧରଣର ବେଆଇନ କାର୍ଯ୍ୟ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଏହି ବିସ୍ଫୋରକଗୁଡ଼ିକୁ ମହଜୁଦ ରଖିଥିବା ସନ୍ଦେହ କରାଯାଉଛି।ଜବତ ସାମଗ୍ରୀ ମଧ୍ୟରେ ୮ଟି ପ୍ୟାକେଟ ଆମୋନିୟମ ନାଇଟ୍ରେଟ ରହିଛି, ଯେଉଁଥିରୁ ପ୍ରତ୍ୟେକର ଓଜନ ପ୍ରାୟ ୫୦ କେଜିରୁ ଅଧିକ,ଏଥି ସହିତ ୫୯୯ଟି ଆଇଡିଆଲ ପାୱାର-୯୦ ଜେଲାଟିନ ଷ୍ଟିକ, ୧୫ ଟି କଏଲ ବ୍ଲାଷ୍ଟିଂ ତାର ଏବଂ ୧୧ କଏଲ ଡିଏଫଏ ତାର ରହିଛି।ଏହି ଘଟଣାରେ ବେଲଗୁଣ୍ଠା ପୋଲିସ ନିଜ ଆଡୁ ୯୬/୨୬ ରେ ଗୋଟିଏ ମାମଲା ରୁଜ୍ଜୁ କରି ଭାରତୀୟ ନ୍ୟାୟ ସଂହିତାର ୨୮୮/୩(୫) ଧାରା ଏବଂ ବିସ୍ଫୋରକ ସାମଗ୍ରୀ ଅଧିନିୟମର ଧାରା ୪/ ୫ ଅନୁସାରେ ତଦନ୍ତ ଚଳାଇଛି ।ଆଜି ଅପରାହ୍ନରେ ଉଭୟ ଅଭିଯୁକ୍ତଙ୍କୁ ଭଞ୍ଜନଗର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଛି । ଏତେ ପରିମାଣର ବିପଜ୍ଜନକ ବିସ୍ଫୋରକ ଏହି ଅଞ୍ଚଳକୁ କେଉଁଠାରୁ ଆସିଲା ଏବଂ ଏହା ପଛରେ କୌଣସି ବଡ଼ ରାକେଟ୍ ସମ୍ପୃକ୍ତ ଅଛି କି ନାହିଁ, ସେ ନେଇ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ବୋଲି ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି ।

ରିପୋର୍ଟ ଅକ୍ଷୟ କୁମାର ଶତପଥି
Akn nesw

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!