ଇପିଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
- ଇପିଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ଗ୍ରାମ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡ ଇପିଙ୍ଗ ଗ୍ରାମରେ ପ୍ରଧାନ ମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଅଣ୍ଟା ଭିଡିଛନ୍ତି ଇପିଙ୍ଗ ଗ୍ରାମ୍ୟ କମିଟି ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା ମହଦୋୟ ସେ ଗ୍ରାମ୍ୟ କମିଟି ର ସମସ୍ତ ସଭ୍ୟ ମାନଙ୍କୁ ନେଇ ପୂର୍ବ ଦିନ ଏକ ସାଧାରଣ ସଭାର ଆୟୋଜନ କରି ଗ୍ରାମର ସ୍ବଚ୍ଛତା କି ଭଳି ଭାବରେ ବଜାଇ ରହିବ ଏବଂ ଗ୍ରାମ ସଫେଇ କରିବା ନେଇ ଗ୍ରାମ ବାସୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଗ୍ରାମର ନିଷ୍ପତି କ୍ରମେ ଗ୍ରାମର ଯୁବକ ବନ୍ଧୁଙ୍କ ସହିତ ଗ୍ରାମ ବାସୀ ମାନଙ୍କ ସହାୟତାରେ ଗ୍ରାମର ଚତୁର୍ପାର୍ଶ୍ଵ ସହିତ ମଠ ମନ୍ଦିରର ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏବଂ ପ୍ରତି ମାସ ଏକ ତାରିଖରେ ଏହିଭଳି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗ୍ରାମ୍ୟ କମିଟି ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା କଥା ରଖିଛନ୍ତି । ଗ୍ରାମ୍ୟ କମିଟି ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପରିଡା, କୋଷାଧ୍ୟକ୍ଷ ଅଶୋକ କୁମାର ବେହେରା , ବରିଷ୍ଠ ସଦସ୍ୟ ବିରଞ୍ଚି ନାରାୟଣ ଦେବତା , ଜଗନ୍ନାଥ ମନ୍ଦିର ମହନ୍ତ ଶ୍ରୀ ରବୀନ୍ଦ୍ର କୁମାର ମିଶ୍ର, ଅବସର ସେନା ଅଧିକାରୀ କାଳନ୍ଦୀ ଚରଣ ବାରିକ, ସଞ୍ଜୀବ କେଶରୀ, ନୀଳାଚଳ ପାଣୀଗ୍ରାହି ,ପାଲା ଗାୟକ, ଗୋଲେଖ କୁମାର ଜାଲି,ପାଞ୍ଚ ମୌଜା ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ପ୍ରଦୀପ୍ତ କୁମାର ପଣ୍ଡା, ରଞ୍ଜନ କୁମାର ରଣସିଂ, ସାମ୍ବାଦିକ ମନୋଜ କୁମାର ବାରିକଙ୍କ ସମେତ ଗ୍ରାମର ସମସ୍ତ ସଭ୍ୟ ଓ ଯୁବକ ସଂଘ ସମ୍ପୂର୍ଣ୍ଣ ସହଯୋଗ କରି ସଫେଇ କାର୍ଯ୍ୟକ୍ରମ କୁ ସୁଚାୁରୂପେ ତୁଲାଇ ଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ