କୃଷ୍ଣ ପ୍ରସାଦ ବ୍ଲକରେ ପଣା ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
କୃଷ୍ଣ ପ୍ରସାଦ ବ୍ଲକରେ ପଣା ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଶ୍ରୀ ଶ୍ରୀ କମାଳେଶ୍ୱର ଦେବଙ୍କ ପୀଠରେ ୭୯ ତମ ପଣା ଯାତ୍ରା ମହୋତ୍ସବ ତା -୧୪/୦୪/୨୬ ରିଖ ଠାରୁ ୨୦/୦୪/୨୬ ପର୍ଯ୍ୟନ୍ତ ସାତ ଦିନ ବ୍ୟାପୀ ୩୫ ମୌଜା ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ମାଝୀ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ଦାସ ଙ୍କ ନେତୃତ୍ବରେ ଏବଂ ୧୪୭ ଜଣ ସଦସ୍ୟଙ୍କ ସହଯୋଗରେ ଚଳିତ ବର୍ଷ ପଣା ଯାତ୍ରା ବେଶ୍ ଧୁମ୍ ଧାମରେ ପାଳନ ହୋଇଥିଲା । ଏହା ଏକ ଭାଇ ଚାରାରେ ପର୍ବ ଏବଂ ୧୮ ଠାକୁର ବିଷ୍ଣୁ ଶିବ ଓ ଭକ୍ତ ଭଗବାନ ଙ୍କ ମିଳନର ପର୍ବ ବୋଲି କୁହାଯାଏ । ଏହି ଅବସରରେ ଦୁଇଟି ନାମୀଦାମୀ ଅପେରା ପାର୍ଟି ଆସି ଯାତ୍ରା ପରିବେଷଣ କରନ୍ତି ଓ ଦିନରେ ଭାରତ ଲୀଳା ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆହୋଜନ କରାଯାଇଥାଏ । ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କୃଷ୍ଣ ପ୍ରସାଦ ଥାନାର ଆରକ୍ଷୀ ନିରୀକ୍ଷକ ଅଧିକାରୀ ଶ୍ରୀଯୁକ୍ତ ବିଚିତ୍ରା ନନ୍ଦ ପ୍ରଧାନ ଙ୍କ ନେତୃତ୍ବରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଏବଂ ସୂର୍ଯ୍ୟଙ୍କ ଭୀଷଣ ଉତ୍ତାପ କୁ ଦୃଷ୍ଟିରେ ରଖି ଘୋଳ ଦହି ଏବଂ ମହାପ୍ରଭୁଙ୍କ ଅଭଡ଼ା ଟଙ୍କ ତୋରାଣି ପିଇବାକୁ ଦିଆଯାଉଥିଲା ଓ ଔଷଦ ବିତରଣ କେନ୍ଦ୍ର ମଧ୍ୟ ଖୋଲାଯାଇଥିଲା । ଏବଂ ଠାକୁର ଙ୍କ ଟାହିଆ ସାଜ ସଜାରେ ଟୁବୁକା ରାମଚନ୍ଦ୍ର ଦେବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଗୋଲପୁର ବାଲୁଙ୍କେଶ୍ୱର ଦେବ ଦିତୀୟ ସ୍ଥାନ ଅଧିକାର କରିଛନ୍ତି ସେ ଦୁଇ ଜଣ ଠାକୁର ଙ୍କୁ କମିଟି ତରଫରୁ ପୁରସ୍କୃତ କରାଯାଇଥିଲା ।ଏହି ମହୋତ୍ସବ ଓଡ଼ିଶାର ଦ୍ୱିତୀୟ ବାଲିଯାତ୍ରା ରୂପେ ବେଶ୍ ପରିଚିତ ଏ ପର୍ବ ଉପଲକ୍ଷେ ଓଡ଼ିଶାର ଅନେକ ଜିଲ୍ଲାରୁ ଦର୍ଶକ ଆସିବା ସହିତ ବେପାର ବଣିଜ କରିବାକୁ ଅନେକ ବେପାରୀ ଆସିଥାନ୍ତି ଏବଂ ବେପାର ବଣିଜ କରି ଭଲ ଦି ପଇସା ରୋଜଗାର କରି ଖୁସି ମନରେ ଘରକୁ ଫେରିଥାନ୍ତି ତତ୍ ସହିତ ଏଥିରେ ଏକ ମୁଖ୍ୟ ବିସସତଃ ରହିଛି ଯେ ଏହି ପଣା ଯାତ୍ରା ପଡିଆକୁ ଯେଉଁ ଭକ୍ତ ଦର୍ଶକ ବେପାରୀ ମାନେ ଆସନ୍ତି ସେମାନଙ୍କର କୌଣସି ଜିନିଷ ଚୋରିଯାଏ ନାହିଁ ଯଦି ଭୁଲ୍ ବଶତଃ ଚୋରି ଯାଇଥାଏ ପ୍ରଭୁ କମେଳେଶ୍ୱର ଙ୍କ ଅପାର କରୁଣାରୁ ସେ ଜିନିଷ ମିଳିଯାଇଥାଏ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ