କୃଷ୍ଣ ପ୍ରସାଦ ଗଡରେ ପାରମ୍ପରିକ ଚନ୍ଦନ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି ।
କୃଷ୍ଣ ପ୍ରସାଦ ଗଡରେ ପାରମ୍ପରିକ ଚନ୍ଦନ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣ ପ୍ରସାଦ ଗଡରେ ପ୍ରାୟ ୨ଶହ ବର୍ଷରୁ ଉର୍ଦ୍ଧ୍ବ ହେବ ପାରମ୍ପରିକ ଚନ୍ଦନ ଯାତ୍ରା ପର୍ବ ପାରିକୁଦ ରାଜା ସାହେବ ଶ୍ରୀ ଶ୍ରୀ ସନ୍ତୋଷ ଚନ୍ଦ୍ର ମାନସିଂହ ଙ୍କ ପ୍ରତ୍ଵକ୍ଷ ତତ୍ବାବଧାନରେ ଏବଂ ପାଞ୍ଚ ମୌଜା ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା ସମ୍ପାଦକ ଈଶ୍ୱର ପଲେଇ ଏବଂ ସମସ୍ତ କର୍ମ କର୍ତ୍ତାଙ୍କ ପୂର୍ଣ୍ଣ ସହୋଯୋଗରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ୍ ଧୁମ୍ ଧାମରେ ପାଳିତ ହୋଇ ଯାଇଛି । ଦଧି ବାମନ ଦେବଙ୍କ ସେବକ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା ରାଜ୍ ପୁରହିତ ଶ୍ରୀ କମଳ କାନ୍ତ ଦେବତା ପଣ୍ଡିତ ଶ୍ରୀ ନୀଳକଣ୍ଠ ତ୍ରିପାଠୀ ଙ୍କ ଦ୍ଵାରା ଯଥା ବିଧି ପୂଜା ଅନୁଷ୍ଠିତ କରାଯିବା ପରେ ଠାକୁରଙ୍କର ଚାପ ଖେଳ ନୀତି ଅନୁଷ୍ଠିତ ହୋଇଥିଲା ଏହି ପର୍ବର ମୁଖ୍ୟ ବିଶ୍ଵସତଃ ହେଲା ଦଧି ବାମନ ଦେବ ଓ ମଦନ ମୋହନଦେବଙ୍କର ପବିତ୍ର ଚାପଖେଳ ନୀତି ଚାରିଦିନ ଧରି ନାମ ସଙ୍କୀର୍ତ୍ତନ ଘଣ୍ଟ ଘଣ୍ଟା ବାଦ୍ୟ ନାଦ ହରିବୋଲ ହୁଳହୁଳି ଧ୍ୱନୀ ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥାଏ ଏବଂ ଓଡ଼ିଶାର ସୁନାମ ଧନ୍ୟ ଅପେରା ପାର୍ଟି ଆସି ଯାତ୍ରା ପରିବେଷଣ କରିଥାନ୍ତି । ତତ୍ ସହିତ ଏହା ଏକ ଭାଇଚାରାର ପର୍ବ ଏବଂ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଓ ବନ୍ଧୁ ମିଳନର ଅନ୍ୟ ଏକ ରୂପ ବୋଲି କୁହାଯାଏ । ଏଥି ସହିତ ବିଶେଷ ଜନ ଗହଳି କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କୃଷ୍ଣ ପ୍ରସାଦ ଥାନାର ଆରକ୍ଷୀ ନିରୀକ୍ଷକ ଅଧିକାରୀ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ପ୍ରଧାନ ଙ୍କ ଦ୍ଵାରା ପୋଲିସ ଫୋର୍ସ ମୁତୟନ କରାଯାଇଛି ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ