ଜିଲ୍ଲା

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ

‘ସୁରଭି’ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶର ଉତ୍ତମ ମାଧ୍ୟମ

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍)  ୪।୧୧ : ସ୍ଥାନୀୟ ବ୍ରଜମୋହନ ହାଇସ୍କୁଲ୍ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୩’ ତଥା ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱେଶ୍ୱର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବ୍ରଜମୋହନ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ପ୍ରମୁଖ ଯୋଗ ଦେଇଥିଲେ। ବ୍ରଜମୋହନ ହାଇସ୍କୁଲର ଛାତ୍ରୀମାନେ ସ୍ୱାଗତ ସଂଗୀତ ଓ କୁନି କଳାକାର ଶ୍ରେୟାଶ୍ରୀ ପଟ୍ଟନାୟକ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଓଡ଼ିଶା ମିଲେଟ୍ସ ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜିତୁ ନାୟକ, ବ୍ରଜମୋହନ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶିକ୍ଷକ ସଞ୍ଜୀବ କୁମାର ପାଢ଼ୀ, ସୁଧୀର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ଡିଲେଶ୍ୱର ରଣା। ଏଥିରେ ଜିଲ୍ଲାର ୧୩ଟି ବ୍ଲକରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ‘ସୁରଭି’ ଅନ୍ତର୍ଗତ ଜୁନିୟର (୪ର୍ଥ ରୁ ୭ମ ଶ୍ରେଣୀ) ବିଭାଗରେ ଚିତ୍ରାଙ୍କନରେ ଲମ୍ବୋଦର ଗୋପାଳ, କୁଇଜରେ ଉଦିତ କୁମାର ପଣ୍ଡା, ସୃଜନଶୀଳ ଲିଖନରେ ଶୁଭଲକ୍ଷ୍ମୀ ସାହୁ, ବକ୍ତୃତାରେ ସ୍ୱାଗତ ସାହୁ, କଣ୍ଠ ସଂଗୀତରେ ଅର୍ଚ୍ଚିତା ସାହୁ, ଓଡ଼ିଆ ଶ୍ରୁତଲିଖନ ଓ ହସ୍ତାକ୍ଷରରେ ମଞ୍ଜୁରୀପ୍ରଭା ମାଝୀ, ସିନିୟର (୮ମ ରୁ ୧୦ମ ଶ୍ରେଣୀ) ବିଭାଗରେ ବିତର୍କରେ ପ୍ରଜ୍ଞା ପରିମିତା ନାଏକ, ପ୍ରବନ୍ଧ ଲିଖନରେ ସଲୋନୀ ପାଣିଗ୍ରାହୀ, ଚିତ୍ରାଙ୍କନରେ ଶୁଭଲକ୍ଷ୍ମୀ ମେହେର, କୁଇଜରେ କିରଣ କୁମାର ଦାସ, ସୃଜନଶୀଳ ଲିଖନରେ କିରଣପ୍ରଭା ସାହୁ, ବକ୍ତୃତାରେ ପ୍ରେମାଞ୍ଜଳି ସାହୁ, କଣ୍ଠ ସଂଗୀତରେ ପ୍ରବୀଣ ମାଝୀ, ସିନିୟର (୧୧ଶ ରୁ ୧୨ଶ ଶ୍ରେଣୀ) ବିଭାଗରେ ବିତର୍କରେ ବିନୀତ ମହାନନ୍ଦ, ପ୍ରବନ୍ଧ ଲିଖନରେ ଆରାଧନା ଯୋଶୀ, ଚିତ୍ରାଙ୍କନରେ ଡିଲେଶ୍ୱର ନାଏକ, କୁଇଜରେ ଲଳିତ କୁମାର ସାହୁ, ସୃଜନଶୀଳ ଲିଖନରେ ଅନୁପମା ମାଝୀ, ବକ୍ତୃତାରେ ନିହାରିକା ଜେନା, କଣ୍ଠ ସଂଗୀତରେ ଶୁଭଲକ୍ଷ୍ମୀ ବାର୍ଲା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ନର୍ଲା ବ୍ଲକର ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ମାଣ୍ଡେଲର ଛାତ୍ରଛାତ୍ରୀ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଚିତ୍ରକଳାରେ ତପସ୍ୱିନୀ ନାଏକ ଓ ଶିଳ୍ପକଳାରେ ହେମେନ୍ଦ୍ରୀ ରଣା, ଦିବ୍ୟାଙ୍ଗ ବିଭାଗରେ ଚିତ୍ରାଙ୍କନରେ ଶଙ୍କର ଛତ୍ରିଆ ଓ କଣ୍ଠ ସଂଗୀତରେ ତାନିଆ ଦୀପ, ‘ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା’ ଅନ୍ତର୍ଗତ କୁଇଜରେ ଆୟୁଷ ବିଶି, ପ୍ରବନ୍ଧରେ ଓମ୍ ପ୍ରିୟାଂଶୁ ଗଉଡ଼ ଓ ବକ୍ତୃତାରେ ଚର୍ଚ୍ଚିକା ହଂସ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଉକ୍ତ ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ସୁରଭି ଏବଂ ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି। ଏଥିରେ ଜିଲ୍ଲାର ସମସ୍ତ ବିଇଓ, ଏବିଇଓ, ସିଆରସିସି, ଡିଇଓ ତଥା ଡିପିସି କାର୍ଯ୍ୟାଳୟର କର୍ମକର୍ତ୍ତା, ବିଏମ ହାଇସ୍କୁଲର କର୍ମଚାରୀ ଏବଂ ଜିଲ୍ଲା ସୁରଭି ଆୟୋଜନ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!