ଓଡିଶା ଖବର

ପିଏମ ବିଶ୍ବକର୍ମା ଯୋଜନା, ମିଶନ ଲାଇଫ୍, ନୂଆ ଭାରତ ବିକଶିତ ଭାରତ ଶୀର୍ଷକ ଦୁଇଦିନିଆ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ

Two-day special awareness program on PM Vashkarma Yojana, Mission Life, New India Developed India inaugurated

ପିଏମ ବିଶ୍ବକର୍ମା ଯୋଜନା, ମିଶନ ଲାଇଫ୍, ନୂଆ ଭାରତ ବିକଶିତ ଭାରତ ଶୀର୍ଷକ ଦୁଇଦିନିଆ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ

AKN NEWS-ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭବାନୀପାଟଣା ପକ୍ଷରୁ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ବେହେରା ପଞ୍ଚାୟତ ଠାରେ
ଦଣ୍ଡପାଟ ଯୁବ ସେବା ସଂଗଠନ ସହଯୋଗ ରେ ପିଏମ ବିଶ୍ବକର୍ମା ଯୋଜନା, ମିଶନ ଲାଇଫ୍, ନୂଆ ଭାରତ ବିକଶିତ ଭାରତ ଶୀର୍ଷକ ଦୁଇଦିନିଆ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଉଦଘାଟିତ ହେଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ଯ ଅତିଥି ବସନ୍ତ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ର ସରକାରଙ୍କ ଦ୍ବାରା ବହୁ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ବୃକ୍ଷରୋପଣ, ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ଯ ବକ୍ତା ଭାବରେ ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଯୋଗଦେଇଥିବା ବେଳେ ସମାଜସେବୀ ଅବିନାଶ ମୁଣ୍ଡ, ଲଖୀରାମ ଅଗ୍ରୱାଲ କଲେଜ ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ନାୟକ, ସହାୟକ ଉପଜିଲ୍ଲାପାଳ ଅଶୋକ ତିର୍କୀ, ସମାଜସେବୀ ଭାରତେନ୍ଦୁ ବେହେରା, ଦଣ୍ଡପାଟ ଯୁବ ସେବା ସଂଗଠନ ସମ୍ପାଦକ ଭୁଜବଳ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେହେରା ଦନ୍ତେଶ୍ବରୀ ମନ୍ଦିରରୁ ଏକ ଭବ୍ଯ ଶୋଭାଯାତ୍ରା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲା। ଅତିଥିମାନେ ମଞ୍ଚାସୀନ ହେବାପରେ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ। ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ସଂପାଦିକା ସଂଗୀତା ବିଶି ସ୍ବାଗତ ସଂଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ଫଟୋଚିତ୍ର ପ୍ରଦର୍ଶନୀ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳର ୪ଜଣ ବିଶିଷ୍ଟ ବ୍ଯକ୍ତି ଶିକ୍ଷା,ସାହିତ୍ୟ ଏବଂ କ୍ରୁଷି ପ୍ରତି ଉଲ୍ଲେଖନୀୟ ଅବଦାନ ସମ୍ମାନୀତ କରାଯାଇଛି। ସଂଗଠନ ସଦସ୍ୟ କ୍ଷୀରସିନ୍ଧୁ ବାଣୁଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂଗଠକ ଅବିନାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ପ୍ରଶ୍ନ ପଚରାଯାଇ ମହିଳା ମାନଙ୍କୁ ଘରୋଇ ଉପକରଣ ପୁରସ୍କାର ସ୍ବରୂପ ପ୍ରଦାନ କରିଥିଲେ। ଶେଷରେ କ୍ଷେତ୍ର ପ୍ରଚାର ଅଧିକାରୀ ମହେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!