ଜିଲ୍ଲା

ନବରଙ୍ଗପୁର ଜିଲ୍ଲା ରେ” ଆମ ଓଡ଼ିଶା ନବୀନ ଓଡିଶା” ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵରା ଶୁଭାରମ୍ଭ।

  • ନବରଙ୍ଗପୁର ଜିଲ୍ଲା ରେ” ଆମ ଓଡ଼ିଶା ନବୀନ ଓଡିଶା” ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵରା ଶୁଭାରମ୍ଭ।

ନବରଙ୍ଗପୁର,(AKN NEWS)୩/୧୧: ନବରଙ୍ଗପୁର ଜିଲ୍ଲା ରେ “ଆମ ଓଡିଶା ନବୀନ ଓଡିଶା ” ଯୋଜନା ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଜିଲାରେ ୨ ହଜାର ୯୪୨ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୯୪ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ମଞ୍ଜୁର କରାଯାଇଛି ।
ଏହି ଉପଲକ୍ଷେ ଜିଲାର ୧୦ ଗୋଟି ବ୍ଲକ ରେ ପୃଥକ ଭାବରେ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଆଭାସି କାର୍ଯ୍ୟ କ୍ରମରେ ସ୍ଥାନୀୟ ବିଧାୟକ, ଜିଲାପରିଷଦ ସଭାପତି, ଉପାଧ୍ୟକ୍ଷା, ଜିଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ସରପଞ୍ଚ ପ୍ରମୁଖ ଯୋଗ ଦେଇ ମୁଖ୍ୟ ମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓ ଜନ କଲ୍ୟାଣ କାରୀ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ। ପ୍ରାରମ୍ଭରେ ସ୍ଵାଗତ କାର୍ଯ୍ୟକ୍ରମ ରେ ଜୟ ଜଗନ୍ନଥ, ଆମ ଓଡ଼ିଶା ନବୀନ ଓଡିଶା ଧ୍ଵନି ରେ ସଭା ସ୍ଥଳ ପ୍ରକମ୍ପିତ ହୋଇଥିଲା । ଏହିକାର୍ଯ୍ୟ କ୍ରମରେ ଡାବୁଗାଁ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରି, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଜିଲାପରିଷଦ ସଭାପତି ମୋ ତିରାମ ନାୟକ, ଉପାଧ୍ୟକ୍ଷା ଲିପିକା ଵାରୋଇ ସମେତ ଉମରକୋଟ ପୌର ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲାପରିଷଦ ସଭ୍ୟ ,ସଭ୍ୟା ଓ ସରପଞ୍ଚ ଉପସ୍ଥିତ ଥିଲେ ।
ନବରଙ୍ଗପୁର ବ୍ଲକ ତରଫରୁ ସ୍ଥାନୀୟ ପୋଲିସ ପଡିଆ ଠାରେ ଏହି ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅନ୍ୟା ଦାଶ୍, ପୌର ପାଳିକା ଅଧ୍ୟକ୍ଷ କୁନୁ ନାୟକ, ଉପାଧ୍ୟକ୍ଷ। ମୌମ୍ୟା ମହାପାତ୍ର, ବ୍ଲକ ଅଧ୍ୟକ୍ଷ ଶରତ ଭତରା, କେ ସି ସି ବ୍ୟାଙ୍କ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଡିଓ ସୁନୀଲ ଖରା, ବିଜେଡି ସମ୍ପାଦକ ରବି ପଟନାୟକ, କୋରାପୁଟ ଯୋନ ଯୁବ ସଭାପତି ତାପୋଷ ତ୍ରିପାଠୀ, ଏମପି ପ୍ରତିନିଧି ବାବୁଲି ମିଶ୍ର ଓ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ପ୍ରମୁଖ ଯୋଗ ଦେଇଥିଲେ ।ମଞ୍ଜୁରୀ ପାଇଥିବା ଉନ୍ନୟନ ପ୍ରକଳ୍ପ ରେ ଉମରକୋଟ ନିର୍ବାଚନ ମଣ୍ଡଳୀର ୫୬୮ଟି ପ୍ରକଳ୍ପ ପାଇଁ ୧୮ କୋଟି ୫୦ ଲକ୍ଷ, ଝରିଗାଁ ନିର୍ବାଚନ ମଣ୍ଡଳୀର ୭୩୭ ପ୍ରକଳ୍ପ ପାଇଁ ୨୬ କୋଟି, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ୭୨୭ଟି ପ୍ରକଳ୍ପ ପାଇଁ ୨୫ କୋଟି ଓ ଡାବୁଗାଁ ନିର୍ବାଚନ ମଣ୍ଡଳୀର ୯୧୦ଟି ପ୍ରକଳ୍ପ ପାଇଁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଜିଲାର ବିକାଶ ପାଇଁ ଏହି ସବୁ ପ୍ରକଳ୍ପ ମଞ୍ଜୁର କରି ମୁ ବହୁତ ଖୁସି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଆମ ଓଡ଼ିଶା ନବୀନ ଓଡିଶା ଆରମ୍ଭ ହେଲା, ଜଗନ୍ନଥ ସଂସ୍କୃତିର ବାର୍ତ୍ତା ଓ ସଂଗ୍ରକ୍ଷଣ ଉପରେ ଜୋର ଦିଆଯାଇଛି । ଗାଁର ବିକାଶ ଓ ଉନ୍ନତି ପାଇଁ ସ୍ୱଚ୍ଛତାର ସହିତ ଏହି ଅନୁଦାନ ଖର୍ଚ୍ଚ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ନବରଙ୍ଗପୁର ଜିଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ କରି ମୁଖ୍ୟ ମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ମଞ୍ଜୁର କରିଥିବାରୁ ଜିଲାପାଳ ଡ଼ଃ. ମିଶ୍ର ଜିଲା ପ୍ରଶାସନ ତଥା ଜିଲ୍ଲା ବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ ।

ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!