ଓଡିଶା ଖବର

ନିଖିଳ ଉତ୍କଳ ଖରୁଡ଼ା ସମାଜ କଳାହାଣ୍ଡି ଶାଖା ତରଫରୁ ଭବାନୀପାଟଣା ସହର ର ବିଭିନ୍ନ ମନ୍ଦିର ରେ ବସି ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ ସହ ଶୁଖିଲା ଖାଦ୍ୟ ବଣ୍ଟନ

ଭବାନୀପାଟଣା,(ଏକେଏନ୍ ନ୍ୟୁଜ୍) :ନିଖିଳ ଉତ୍କଳ ଖରୁଡ଼ା ସମାଜ କଳାହାଣ୍ଡି ଶାଖା ତରଫରୁ ଭବାନୀପାଟଣା ସହର ର ବିଭିନ୍ନ ମନ୍ଦିର ରେ ବସି ଭିକ୍ଷା ବୃତ୍ତି କରୁଥିବା ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା. ସହରର ଶିବ ମନ୍ଦିର, ଜଗନାଥ ମନ୍ଦିର,ପୁରୁଣାପଡା ରାଧାକୃଷ୍ଣ ମନ୍ଦିର,ଭବାନୀଶଙ୍କର ମନ୍ଦିର,ବାଲାଜୀ ମନ୍ଦିର ଓ ମା ମାଣିକେଶ୍ବରୀ ମନ୍ଦିର ଆଦି ଯାଇ ସେଠାରେ ଖରୁଡ଼ା ସମାଜ ର କର୍ମକର୍ତା ଉପସ୍ଥିତ ରହି ଗରୀବ ଲୋକଙ୍କୁ ଶୀତ ବସ୍ତ୍ର ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ.ଉପ ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ନାୟକ,କୋଷାଧ୍ୟକ୍ଷ ଶିବଶଙ୍କର ସେନାପତି,ଗୁପ୍ତେଶ୍ୱର ସାହୁ,ବିଜୟ ନାୟକ,ନରସିଂହ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ.

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!