ଓଡିଶା ଖବର

‘ଗିରିଗୋବର୍ଦ୍ଧନ ପୂଜା ପ୍ରକୃତି ପୂଜାର ଆଦ୍ୟ ସ୍ୱର’ ବେହେରାରେ ଗିରିଗୋବର୍ଦ୍ଧନ ପୂଜନୋତ୍ସବ ଅନୁଷ୍ଠିତ

‘ଗିରିଗୋବର୍ଦ୍ଧନ ପୂଜା ପ୍ରକୃତି ପୂଜାର ଆଦ୍ୟ ସ୍ୱର’
ବେହେରାରେ ଗିରିଗୋବର୍ଦ୍ଧନ ପୂଜନୋତ୍ସବ ଅନୁଷ୍ଠିତ

ଯେତେବେଳେ ବି ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉଠିଛି, ଯାଦବମାନେ ଆଗରେ ରହିଛନ୍ତି। ଦେବପୂଜାକୁ ବିରୋଧ କରି ପ୍ରକୃତି ପୂଜାକୁ ଅପଣାଇବା ପାଇଁ ଶ୍ରୀକୃଷ୍ଣଙ୍କ ଆହ୍ୱାନ ସାଂପ୍ରତିକ ସମାଜରେ ବେଶ୍ ପ୍ରାସଙ୍ଗିକ। ଏହା ପ୍ରକୃତି ପୂଜାର ଆଦ୍ୟ ସ୍ୱର ବୋଲି ଗିରିଗୋବର୍ଦ୍ଧନ ପୂଜନୋତ୍ସବ ଅବସରରେ ମତପ୍ରକାଶ ପାଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗୋରୁ ବଜାର ପ୍ରାଙ୍ଗଣରେ ସର୍ବ ଯାଦବ ଗିରିଗୋବର୍ଦ୍ଧନ ପୂଜା କମିଟି ତରଫରୁ ଗିରିଗୋବର୍ଦ୍ଧନ ପୂଜନୋତ୍ସବ ଅନୁଷ୍ଠିତ ହେଇଯାଇଛି। କର୍ତ୍ତା ଭାବରେ ଡିଷ୍ଟିକ ବାଣୁାଆ ସ ପତ୍ନୀ ଉପାସୀ ବାଣୁଆ କାର୍ଯ୍ୟ ତୁଲାଇଥିଲେ। ପରେ କମିଟି ସଭାପତି ତୁଳସୀରାମ ବାରିକଙ୍କ ସଭାପତିତ୍ୱରେ ଉତ୍କଳ ଯାଦବ ମହାସଭା ମହାସଚିବ ଲମ୍ବୋଦର ନିଆଲ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ପାନାବେଡା ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ବାରିକା ବାଗ ମୁଖ୍ଯ ବକ୍ତା ଭାବେ ଯୋଗଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତ, ଧର୍ମଗଡ ଜୋନ୍ ୨ ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଜୁଏଡ, ଚାରଗଡ ସଭାପତି କେତୁରାମ ଯାଦବ, ଉତ୍କଳ ଯାଦବ ସମାଜ ସାଧାରଣ ସମ୍ପାଦକ କୀର୍ତ୍ତନ ନାୟକ, ବଶିଷ୍ଠ ପାଣ୍ଡେ, କୋଶଲିଆ ଯାଦବ ମହିଳା ସଭାନେତ୍ରୀ ସୁଚିତ୍ରା ଗୋପାଳ, ଶିକ୍ଷାବିତ ଦେବାନନ୍ଦ ରାଉତ, କୋଶଲିଆ ଯାଦବ ସମାଜ ଜିଲ୍ଲା ସଭାପତି ମନୋଜ ନାଏକ, ବେହେରା ପଞ୍ଚାୟତ ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, ତେଣ୍ଡାପାଲି ସରପଂଚ ଗୌଲୋଚନ ଗୋପାଳ, ସମାଜସେବୀ ଗୌରଚନ୍ଦ୍ର ବାଗ, ସିନାପାଲି ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ କଟା, ପୁଷ୍ପାଞ୍ଜଳି ଗୁଆଳ, ଟିକମନ ଯାଦବ, ଚନ୍ଦନ ବାଣୁଆ, ତୁଳାରାମ ଗୋପାଳ, ଅଲେଖ ଗୋପାଳ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ଗତକାଲି ସମସ୍ତ ମହିଳା ମାନଙ୍କୁ ନେଇ ଏକ କଳସ ଯାତ୍ରା ଅନୁଷ୍ଠିତ ହେଇଥିବା ବେଳେ ଆଜି ସକାଳେ ବେହେରା ଦନ୍ତେଶ୍ବରୀ ମନ୍ଦିରରୁ ଯାଦବ ସଂସ୍କୃତିର ଲୋକନୃତ୍ୟ ବନାବାଡି ସହିତ ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମସ୍ଥଳକୁ ପହଞ୍ଚିଥିଲା। ପୂଜନୋତ୍ସବ କମିଟି ସମ୍ପାଦକ ହେମନ୍ତ ନାଗ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କ୍ଷୀରସିନ୍ଧୁ ବାଣୁଆ ଓ ଭକ୍ତଚରଣ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁରେଶ ବାଣୁଆ, ଟିକେଶ୍ବର ଗୋପାଳ, ହେମାଳ ଚନ୍ଦ୍ର ଗୋପାଳ, ଭାରତ ଗୋପାଳ, ବଂଶୀଧର ବାଣୁଆ, ପ୍ରମୋଦ ବାରିକ, ଇଶରାମ କାଣ୍ଡ, ଜୟଲାଲ ୟାଦବ, ପ୍ରେମ ଲାଲ କାଣ୍ଡ, ମାଣିକ୍ୟ ବାଣୁଆ, ଚାନ୍ଦିନୀ ଭୋଇ, କୁନି ବାଣୁଆ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଅଞ୍ଚଳର ଏକ ହଜାରରୁ ଉର୍ଦ୍ଧ୍ବ ଯାଦବ ପୁରୁଷ ମହିଳା ଯୋଗଦେଇଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!