ଓଡିଶା ଖବର

ସମ୍ବଲପୁର ଜିଲ୍ଲା ରେ କୋଶଲ ମହା ବନ୍ଦ

ସମ୍ବଲପୁର ଜିଲ୍ଲା ରେ କୋଶଲ ମହା ବନ୍ଦ

ସମ୍ବଲପୁର,(ଏକେଏନ୍ ନ୍ୟୁଜ୍) : ସମ୍ବଲପୁର ରେ କୋଶଲ ମହାବନ୍ଦ କୁ ସ୍ୱତଃ ସମର୍ଥନ,ସମ୍ବଲପୁର ଉପଖଣ୍ଡ ସେରସୁଆଁତଲ ଓ ଗମ୍ଭାରିପଂକ୍ ଠାରେ ଆଜି କୋଶଲ ମହାବନ୍ଦ ର ବଡ ପ୍ରଭାବ ଦେଖିବାକୁ ମିଳିଥିଲା ।ଯଦିଓ ହୀରାଖଂଡ ସାମୁଖ୍ୟ ର ବିରୋଧ ଯୋଗୁଁ ସମ୍ବଲପୁର ସହରାଞ୍ଚଳ ରେ କିଛି ସମୟ ପ୍ରଭାବ ଦେଖିବାକୁ ମିଳିନଥିଲା | ପରେ ସମର୍ଥକଙ୍କ ଧାରଣା ଅଇଁଠାପାଲି ରେ ଦେଖିବାକୁ ମିଳିଥିଲା | ଠିକ୍ ସେହିପରି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ପରମାଣପୁର ଓ ନୁଆ ମୁଣ୍ଡା ଠାରେ ମଧ୍ୟ ଆଜି କୋଶଲ ମହା ବନ୍ଦ କୁ ସ୍ୱତଃ ସମର୍ଥନ ଦେଖିବାକୁ ମିଳିଥିଲା | ବିଭିନ୍ନ କମିଟି ତରଫରୁ ସ୍ଥାନୀୟ ଅଫିସ୍,ସ୍କୁଲ୍,କଲେଜ୍,ବ୍ୟବସାୟିକ ଅନୁଷ୍ଠାନ ସମସ୍ତ ଦୋକାନ ବଜାର ସକାଳ 6 ରୁ ସାନ୍ଧ୍ୟ 6 ପର୍ଯ୍ୟନ୍ତ ସବୁ ବନ୍ଦ ରଖିବାକୁ ଆହ୍ଵାନ ଦିଆଯାଇଛି |

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍ 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!