ଓଡିଶା ଖବର

ମାନବିକତା ଦେଖେଇଲେ ଅବସର ପ୍ରାପ୍ତ କମାଣ୍ଡୋ

ମାନବିକତା ଦେଖେଇଲେ ଅବସର ପ୍ରାପ୍ତ କମାଣ୍ଡୋ

ବଲାଙ୍ଗୀର (AKN NEWS ):ଏହି ଭଳି ଏକ ଦୃଶ୍ୟ ଦେଖି ବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତୁରେକେଲା ବ୍ଲକ ବଡ଼ଡକଲା ପଞ୍ଚାୟତ ବଡ଼ଡକଲା ଗ୍ରାମ ରେ ଗ୍ରାମ ର ଶ୍ରୀ ରାମଦାସ ପୁଟେଲ ଙ୍କ ଝିଅ କୁମାରୀ କୁନ୍ତୀ ପୁଟେଲ ସାଇକେଲ ଚଳାଉଥିବା ସମୟ ରେ ହଠାତ ସାଇକେଲ ରୁ ପଡିଯାଇଥିବାରୁ ତାଙ୍କ ମୁଣ୍ଡ ଓ ଆଖିରେ ଜୋରଦାର ଆଘାତ ହୋଇଥିଲା !!ଫଳରେ ତାଙ୍କୁ ନିକଟସ୍ଥ କଣ୍ଟାବାଞ୍ଜି ହସ୍ପିଟାଲ ରେ ଭର୍ତି କରାଯାଇଥିଲା ! ପରେ ତାଙ୍କୁ ଡାକ୍ତର ବଲାଙ୍ଗିର ଙ୍କୁ ହସ୍ତାନ୍ତର କରିଥିଲେ ପରେ ଆଘାତ ଅତି ଗମ୍ଭୀର ହୋଇଥିବାରୁ ତାଙ୍କ ପରିବାର ଶ୍ରୀ ଗିରିରାଜ ସିଂ ମାଝୀ ଙ୍କୁ ଫୋନ ରେ ଯୋଗାଯୋଗ କରିଥିଲେ ଏବଂ ପରେ ଖବର ପାଇବା ମାତ୍ରେ ଶ୍ରୀ ମାଝୀ ତାଙ୍କୁ ବଲାଙ୍ଗୀର ହସ୍ପିଟାଲ କୁ ଯାଇ ଡାକ୍ତର ଙ୍କ ପରାମର୍ଶ ନେଇ ତାଙ୍କୁ ବଲାଙ୍ଗୀର ରୁ ରାଇପୁର ଯିବା ପାଇଁ ନିଜେ ଗାଡି ଖର୍ଚ୍ଚ ବହନ କରି ତାଙ୍କୁ ରାଇପୁର ସ୍ଥିତ MMI ହସ୍ପିଟାଲ ଆଡ଼ମିସନ କରେଇଥିଲେ ଏବେ ସେ ସମ୍ପୂର୍ଣ ରୂପେ ସୁସ୍ଥ ହୋଇ ସେ ଘର କୁ ଫେରିଥିବାରୁ ତାଙ୍କ ଘର ଲୋକ ଓ ଗ୍ରାମବାସୀ ଶ୍ରୀ ଗିରିରାଜ ସିଂ ମାଝୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !!

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!