କଳାହାଣ୍ଡିରେ ଜିଲ୍ଲାସ୍ତରୀୟ କରାଟେ ବେଲ୍ଟ ଟେଷ୍ଟ

କଳାହାଣ୍ଡିରେ ଜିଲ୍ଲାସ୍ତରୀୟ କରାଟେ ବେଲ୍ଟ ଟେଷ୍ଟ
ଭବାନୀପାଟଣା, ୨୦/୧୧ (AKN NEWS )- କଳାହାଣ୍ଡି କରାଟେ ସ୍କୁଲ ପକ୍ଷରୁ ଜିଲ୍ଲାସ୍ତରୀୟ ବ୍ଲାକ୍ ବେଲ୍ଟ ଓ କଲର୍ ବେଲ୍ଟ ଗ୍ରେଡିଂ ଟେଷ୍ଟ ଭବାନୀପାଟଣାସ୍ଥିତ ଓଲ୍ଡ ଏଲ୍ଆଇସି କଲୋନୀ ଅଫିସର ଲେଡିସ୍ କ୍ଲବ୍ ଠାରେ ଗତ ୧୯ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲାକ୍ ବେଲ୍ଟ ଓ ବିଭିନ୍ନ କଲର୍ ବେଲ୍ଟ ପାଇଁ କରାଟେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଇନୋହା ସିଟୋରିଓ କେସିନ୍କାଇ କରାଟେ-ଡୋ ଇଣ୍ଡିଆ ନ୍ୟାସ୍ନାଲ୍ ପ୍ରେସିଡେଣ୍ଟ ହାଂଶି ଇଂ. ଏସ୍ଏସ୍ ହରିଚନ୍ଦନ ଅଷ୍ଟମ ଡନ୍ ବ୍ଲାକ୍ ବେଲ୍ଟ ଙ୍କ ଅନୁମତୀ କ୍ରମେ କଳାହାଣ୍ଡି ମୁଖ୍ୟ ପରୀକ୍ଷା ପରିଚାଳକ ସେନ୍ସାଇ କୃଷ୍ଣଚନ୍ଦ୍ର ସାହୁ ତୃତୀୟ ଡନ୍ ଛାତ୍ରଛାତ୍ରୀଙ୍କ ବେଲ୍ଟ ପରୀକ୍ଷା ନେଇଥିଲେ । ମୁଖ୍ୟ ଅତିଥି ଭାବେ ଏପିଆଇ ର ରାଷ୍ଟ୍ରୀୟ ସଚିବ ଯତିନ୍ଦ୍ର ସାହୁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ପ୍ରଶାନ୍ତ ଭୋଇ ଓ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏପିଆଇ ର ରାଷ୍ଟ୍ରୀୟ ସଚିବ ଯତିନ୍ଦ୍ର ସାହୁ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଶାରିରୀକ, ମାନଷିକ ଓ ବୈଦ୍ଧିକ ବିକାଶ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ମାର୍ଗଦର୍ଶନ କରିଥିଲେ ଓ କଳାହାଣ୍ଡିରେ କରାଟେ କିପରି ଆହୁରି ଲୋକପ୍ରିୟ ହୋଇପାରିବ ପ୍ରରଣା ଦେଇଥିଲେ । ଭାଗନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ଲାକ୍ ବେଲ୍ଟ ପ୍ରଥମ ଡନ୍ ଭୁମିକ୍ ଭରଦ୍ୱାଜ ଭୋଇ ପାଇଥିବା ବେଳେ ୟେଲୋ ବେଲ୍ଟ ଅନନ୍ୟା ନାଏକ, ଆରିୟାନ୍ ଆୟୁଷ୍ମାନ ବେହେରା, ଭୁବନେ ମାଝୀ, ନିବେଦ ସାହୁ, ଚୁଡାମଣୀ ତାଣ୍ଡି, ଆରାଧ୍ୟା ମହାନ୍ତି, କିସାନ ମାଝୀ, ସୁରଜ ରାଉତ ପାଇଥିଲେ । ଅରେଞ୍ଜ ବେଲ୍ଟରେ ନମନ ମହାରଣା, ବାର୍ଗୀଶ ନାଏକ ପୃଥିବୀରାଜ ଉରାଶଙ୍କର ପାଇଥିଲେ । ଗ୍ରୀନ୍ ବେଲ୍ଟରେ ଅନିକେତ ବିଶୋଇ, ବ୍ଲୁ ବେଲ୍ଟ ଆବନ୍ତିକା ପ୍ରଧାନ, ପର୍ପଲ ବେଲ୍ଟରେ ସୋହାଡ୍ୟ ବିହାରୀ, ବ୍ରାଉନ୍ ବେଲ୍ଟ ପ୍ରଥମ କ୍ୟୁ ରେ ବିକାଶ ବାଗ, ଆଦିତ୍ୟ ମେହେର ପାଇଛନ୍ତି । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବେଲ୍ଟ ଓ ସାଠିଫିକେଟ୍ ପ୍ରଦାନ କରାଯାଇଥିଲା । ସର୍ବଶେଷରେ ସେନ୍ସାଇ କୃଷ୍ଣଚନ୍ଦ୍ର ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


