ଓଡିଶା ଖବର

୧୩୯ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

୧୩୯ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ
ପୁରୀ,(AKN NEWS)୨୨/୧୧: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୩୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ଚଳିତ ମାସ ୨୩ ତାରିଖରୁ ଋଷିକେଶ ଓ ହରିଦ୍ଵାର ପରିଭ୍ରମଣ କରି ଚଳିତ ମାସ ୨୮ ତାରିଖରେ ପୁରୀ ଫେରିଆସିବାର କାର୍ଯ୍ୟକ୍ରମ ରହିଛି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରେଡକ୍ରସ ସଦସ୍ୟ ଜୟନ୍ତୀ ମହାପାତ୍ର ରେଡ଼କ୍ରସ ର ଅନ୍ୟାନ୍ୟ ସଦସ୍ୟ ଓ ପର୍ଯ୍ୟଟନ କାର୍ଯ୍ୟାଳୟ ର କର୍ମଚାରୀ ମାନେ ଯୋଗ ଦେଇ ତୀର୍ଥଯାତ୍ରୀ ଙ୍କୁ ସହାୟତା କରିଥିଲେ।

ପୁରି ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!