କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଜାତୀୟ ଶିଶୁ କଳା ପ୍ରତିଯୋଗୀତା -୨୦୨୩

କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଜାତୀୟ ଶିଶୁ କଳା ପ୍ରତିଯୋଗୀତା – ୨୦୨୩
ଏକେଏନ୍ ନ୍ୟୁଜ୍ – କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଜାତୀୟ ଶିଶୁ କଳା ପ୍ରତିଯୋଗୀତା – ୨୦୨୩ ରେ ଆମ ସରକାରୀ ପ୍ରାଥମିକ ବିଦ୍ୟାଳୟ ,ମେଦିନୀପୁର ର ଭାଗ ନେଇଥିବା ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଛତ୍ର-ଛାତ୍ରୀ ଙ୍କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସର ରେ ଆୟୋଜିତ ସ୍ଵତନ୍ତ୍ର ଭବ୍ୟ ଉତ୍ସବ ରେ ମୁଖ୍ୟ ଅତିଥି ଲବ୍ଧ ପ୍ରତିଷ୍ଠିତ ଚିତ୍ର ଶିଳ୍ପୀ ଶ୍ରୀଯୁକ୍ତ ମୁକୁନ୍ଦ ରେଡ଼ି , ସମ୍ମାନିତ ଅତିଥି ମଞ୍ଜୁରୀ ନାଗ (ଅଧ୍ୟକ୍ଷା) ଆଶିଷ କୁମାର ପଣ୍ଡା (ଉପାଧ୍ୟକ୍ଷ )ବିଦ୍ୟାଳୟ ପରିଚାଳନା କମିଟି ପ୍ରମୁଖ ଯୋଗ ଦାନ କରି ସମସ୍ତ ପ୍ରତିଯୋଗୀ ଓ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟ ର ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ସମସ୍ତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ସ୍ଥଳେ ଶିକ୍ଷୟିତ୍ରୀ ପ୍ରତିଭା ଦାଶ, ନିଶାମଣି ଦେଇ, ଗୀତାଞ୍ଜଳୀ ସିଂ ଦେଓ ଓ ଯମୁନା ଛତ୍ରିଆ ପ୍ରମୁଖ ପରିଚାଳନ ରେ ସହଯୋଗ କରିଥିଲେ । ବିଦ୍ୟାଳୟ ହାଉସ କ୍ୟାପଟେନ ସମୀକ୍ଷା ଦୀପ ଓ କମାଣ୍ଡର କରନ ନିଆଲ୍ ଅତିଥି ସ୍ଵାଗତ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।


