ଓଡିଶା ଖବର
ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ କୁ ଆହୁରି ମଜଭୁତ କରିବା ସମ୍ପର୍କରେ ଆଲୋଚନା ।

ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ କୁ ଆହୁରି ମଜଭୁତ କରିବା ସମ୍ପର୍କରେ ଆଲୋଚନା ।
ଦାରିଙ୍ଗବାଡ଼ି,(ଏକେଏନ୍ ନ୍ୟୁଜ୍): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ରେ କଂଗ୍ରେସ ର ବିଧାୟକ ଆଶାୟୀ ପ୍ରାର୍ଥୀ ପ୍ରତାପ ପ୍ରଧାନ ଉପସ୍ଥିତ ରହି ଦଳକୁ ମଜଭୁତ କରିବା ନେଇ ଆଲୋଚନା କରିଛନ୍ତି। ତୃଣମୂଳ ସ୍ତରରେ କିଭଳି ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ କୁ ଆହୁରି ଅଧିକ ମଜଭୁତ କରାଯିବ ସେ ନେଇ ନେତୃତ୍ୱ ବ୍ୟକ୍ତିଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସହିତ ନେତା ଓ କର୍ମୀମାନେ ଏକତ୍ର ହୋଇ କାମ କଲେ କଂଗ୍ରେସ ଲୋକମାନଙ୍କ ଆସ୍ଥା ଭାଜନ ହୋଇ ପାରିବ ବୋଲି କହିଛନ୍ତି। ଏଥିରେ କଂଗ୍ରେସ ବ୍ଲକ ଆବାହକ ପ୍ରମୋଦ କୁମାର ଦିଗାଳଙ୍କ ସମେତ ବ୍ଲକ ସଭାପତି ପ୍ରଦିପ ନାୟକ, ପୂର୍ବତନ ସରପଞ୍ଚ ପ୍ରଦୀପ ମଲ୍ଲିକ, କୃଷକ ସେଲ ସଭାପତି ଅମନ ନାୟକ , ଜୋହନ ପ୍ରଧାନ ଏବଂ ଯୁବ ନେତୃତ୍ୱ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN NEWS


