ଓଡିଶା ଖବର

ସାତ ଲକ୍ଷ୍ୟ ଟଙ୍କାର କାର୍ଯ୍ୟକୁ ପଚାଶ ହଜାର ବିଲ କରିବାରୁ ଉତ୍ୟକ୍ତ ଗ୍ରାମବାସୀ

ସାତ ଲକ୍ଷ୍ୟ ଟଙ୍କାର କାର୍ଯ୍ୟକୁ ପଚାଶ ହଜାର ବିଲ କରିବାରୁ ଉତ୍ୟକ୍ତ ଗ୍ରାମବାସୀ

ତା 03/12/23
ସ୍ଥାନ ଗାଇସିଲେଟ
ରିପୋର୍ଟ ରଜନୀକାନ୍ତ ସାହୁ

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଲାଗିଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ଉତ୍ୟକ୍ତ ଗ୍ରାମବାସୀ । ଅଭିଯୋଗ ମୁତାବକ ରାଇସଲପଦର ଗ୍ରାମ ଠାରେ ମନ୍ଦିର ନିର୍ମାଣ ପାଇଁ ସାତ ଲକ୍ଷ୍ୟ ଟଙ୍କା ଗ୍ରାମବାସି ଖର୍ଚ୍ଚ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସମରେନ୍ଦ୍ର ବେହେରା ମାତ୍ର ପଚାଶ ହଜାର ଟଙ୍କା ବିଲ କରିଥିବା ଜାଣିବା ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଅଭିଯୋଗ କରିଛନ୍ତି । କିଛି ମାସ ପୂର୍ବରୁ ରାଜ୍ଯ ସରକାରଙ୍କ ପୂର୍ବତନ ମୂଖ୍ୟ ସଚିବ ଭି କେ ପାଣ୍ଡିଆନ ବରଗଡ ଗସ୍ତରେ ଆସିଥିବା ବେଳେ ଗ୍ରାମବାସୀ ମନ୍ଦୀର ନିର୍ମାଣ ପାଇଁ ଲେଖୀ ଜଣାଇଥିଲେ । କିଛି ଦିନ ପରେ ରାଜ୍ୟ ସରକାର ଏହି ମନ୍ଦିର ପାଇଁ କିଛି ଅଟକଳ ମୂଲ୍ୟ ପାଇଁ କାର୍ଯ୍ୟାଦେଶ ଦେଇଥିଲେ । କାର୍ଯ୍ୟାଦେଶ ପାଇବା ପରେ ଗ୍ରାମବାସୀ ମନ୍ଦିର କାର୍ଯ୍ୟ ଆଗକୁ ବଢାଇଥିଲେ । ଅଭିଯୋଗ ଅନୁସାରେ ସାତ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ସମରେନ୍ଦ୍ର ବେହେରା ମାତ୍ର ପଚାଶ ହଜାର ଟଙ୍କା ବିଲ କରିଛନ୍ତି ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବିଲ ନ କରିବାରୁ ମନ୍ଦିର ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ଯ ସରକାର ଦେଇଥିବା କାର୍ଯ୍ୟାଦେଶକୁ ମଧ୍ଯ ଖାତିର କରୁନାହାନ୍ତି କନିଷ୍ଠ ଯନ୍ତ୍ରୀ ସେପଟେ ଏହି ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ହସ୍ତ ତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ମଧ୍ଯ ଅଛନ୍ତି ସ୍ଥାନୀୟ ବିଡ଼ିଓ ଙ୍କୁ ମଧ୍ଯ ଅଭିଯୋଗ କଲେଣି ହେଲେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ ହୋଇନଥିବା ଗ୍ରାମବାସୀ କହିଛନ୍ତି ।

ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!