ଓଡିଶା ଖବର

ପ୍ରଗତି ଶିକ୍ଷାନଷ୍ଠାନରେ ପ୍ରଗତି ପ୍ରତିଭା ପରୀକ୍ଷା ଅନୁଷ୍ଠିତ

ଭବାନୀପାଟଣା ୨୪/୧୨(AKN NEWS):ଭବାନୀପାଟଣା ସହର ଉପକଣ୍ଠସ୍ଥ ପ୍ରଗତି ଶିକ୍ଷାନଷ୍ଠାନରେ ପ୍ରଗତି ପ୍ରତିଭା ପରୀକ୍ଷା-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବାର ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିଭା ପରୀକ୍ଷାରେ ସାମିଲ ହୋଇଥିଲେ । ଏହି ପ୍ରତିଭା ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ପରୀକ୍ଷାର ଫଳାଫଳକୁ ଆଧାର କରି ଯୋଗ୍ୟ ବିବେଚିତ ପ୍ରତିଯୋଗୀମାନଙ୍କୁ  ପ୍ରଗତି ପ୍ରତିଭା ପୁରସ୍କାରରେ ପୁରସ୍କୃତ କରାଯିବା ସହିତ ଆଗାମୀ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଦୁଇ ବର୍ଷ ପର୍ଯ୍ୟନ୍ତ ବିନା ଶୁଳ୍କରେ ପଢ଼ିବାର ସୁଯୋଗ ଦିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା ଘୋଷଣା କରିଥିଲେ । ଏହା ସହିତ ଶ୍ରେଷ୍ଠ ୫୦ ଜଣ ମେଧାବୀ ଛାତ୍ରଛାତ୍ରୀ  ମେଧାବୃତ୍ତି ପାଇବା ସଙ୍ଗେ ଉକ୍ତ ଅନୁଷ୍ଠାନରେ ପଢ଼ିବାର ସୁବିଧା ପାଇ ପାରିବେ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଏହି ଅବସରରେ ସମସ୍ତ ଅଭିଭାବକ ଓ ଅଭିଭାବିକାମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଏକ ଦଶନ୍ଧି ଧରି ଏହି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇପାରିଛି । ଗତ ଶିକ୍ଷାବର୍ଷମାନଙ୍କରେ  ପଶ୍ଚିମ ଓଡିଶା ତଥା ଦକ୍ଷିଣ ଓଡ଼ିଶାର ସମଗ୍ର ୧୨ ଗୋଟି ଜିଲ୍ଳା ମଧ୍ୟରେ ସର୍ବାଧିକ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଗତି ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏପରିକି ମେଡିକାଲ, ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାଗୁଡିକରେ ମଧ୍ୟ ପ୍ରଗତି ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି । ସେହିଭଳି ଭାବରେ ଚଳିତ ବର୍ଷଠାରୁ  ପ୍ରତିଭା ଛାତ୍ରଛାତ୍ରୀମାନଙ୍କ ଲକ୍ଷ୍ୟକୁ ଦୃଷ୍ଟିରେ ରଖି *ଉଡାନ ବ୍ୟାଚ* କୋଚିଂ ବ୍ୟବସ୍ଥା ଆରମ୍ଭ କରାଯାଉଅଛି । ଏଥିରେ ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ଜଡିତ ଥିବା ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଆଣି ଛାତ୍ରଛାତ୍ରୀମାନଙ୍କୁ କୋଚିଂ ଦେବାର ବ୍ୟବସ୍ଥା କରାଯାଇଛି । ଯାହା ଦ୍ୱାରା ୨୦୨୬ ବେଳକୁ ଆମ ଅନୁଷ୍ଠାନରୁ ସର୍ବାଧିକ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମେଡିକାଲ ଓ ଇଞ୍ଜିନିୟରିଂ ପରିବାର ସ୍ୱପ୍ନକୁ ସାକାର କରିପାରିବେ ବୋଲି ଆଶା କରୁଛୁ । ଏହି ଅନୁଷ୍ଠାନର ଅନବରତ ପ୍ରଚେଷ୍ଟା ଓ ସଫଳତାଦ୍ୱାରା ଅଭିଭାବକ ଓ ଅଭିଭାବକ ମହଲରେ ଏକ ସନ୍ତୋଷଜନକ ବାତାବରଣ ସୃଷ୍ଟି କରିପାରିଛି ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା,  ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ଉପାଧ୍ୟକ୍ଷ ଅଶୋକ କୁମାର ସାହୁ, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ କୁମାର ରଣା ପ୍ରମୁଖ ଯୋଗଦାନ କରିଥିଲେ । ଏହି ପ୍ରଗତି ପ୍ରତିଭା ପରୀକ୍ଷାରେ  ବିନୋଦ ବିହାରୀ ପ୍ରଧାନ,  ଶଶି ଭୂଷଣ ଦାସ, ସସ୍ମିତା ସାହୁ, ଶୁକଦେବ ସାହୁ, ଗୌତମ ଟୋଲ୍ଟିଆ, ଇପ୍ସିତା ସ୍ୱାଇଁ, ରାକେଶ ଆଚାର୍ଯ୍ୟ, ଟିକେରାମ କୁମ୍ଭାର, ନିକିତା ମେହେର, ଜୟ ପ୍ରକାଶ ଖୁରା, ଘନ ସୁନ୍ଦର ଗଡ଼ତିଆ, ବସନ୍ତ କାଲସାଇ, ଶିବାଙ୍ଗୀ ପଣ୍ଡା, ପ୍ରଫୁଲ୍ଲ ନାଏକ, ରମେଶ କୁଅଁର, ଅଭିଷେକ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସ୍ୱାଇଁ, ରାଜେଶ ଶତପଥି, ହେମନ୍ତ ବାଗ, ଗିରିଶ ଚନ୍ଦ୍ର ଭୋଇ, ନିର୍ମଳ ମହାନ୍ତି, ଇଭି ଆନି ଫିଲିପ, ଇକ୍ସିତା ପଟ୍ଟଯୋଶୀ ପ୍ରମୁଖ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଦ୍ୟା ସାଗର ମୁଣ୍ଡ ମଞ୍ଚ ପରିଚାଳନା କରିବା  ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଗନ୍ନାଥ ନାଏକଙ୍କ, ରିପୋର୍ଟ ଏକେଏନ୍ ନ୍ୟୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!