ସର୍ବ ଭାରତୀୟ ସ୍କୁଲ ଓ ବରିଷ୍ଠ କରାଟେ ଚମ୍ପିୟାନସିପ୍ ବଲାଙ୍ଗିର କୁ ୯ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୫ କାଂସ୍ୟ ପଦକ

ସର୍ବ ଭାରତୀୟ ସ୍କୁଲ ଓ ବରିଷ୍ଠ କରାଟେ ଚମ୍ପିୟାନସିପ୍
ବଲାଙ୍ଗିର କୁ ୯ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୫ କାଂସ୍ୟ ପଦକ
ବଲାଙ୍ଗିର,(ଏକେଏନ୍ ନ୍ୟୁଜ୍ ) ତା.୨୭.୧୨.୨୩ – ବିଶାଖାପାଟନମ୍ ର ସ୍ୱର୍ଣ୍ଣ ଭାରତୀ ଇନଡୋର ଷ୍ଟାଡିୟମ ଠାରେ ୨୧ତମ ସର୍ବ ଭାରତୀୟ ଅନ୍ତଃ ବିଦ୍ୟାଳୟ ଓ ବରିଷ୍ଠ କରାଟେ ଚମ୍ପିୟାନସିପ୍ ୨୦୨୩ ଫେଡେରେସନ କପ ଆୟୋଜିତ ହୋଇଯାଇଛି । ଗତ ୨୩ ଓ ୨୪ ଦୁଇ ଦିନ ଧରି ଚାଲିଥିବା ଚମ୍ପିୟାନସିପ୍ କୁ ଅଲ୍ ଇଣ୍ଡିଆ ସେଇସିନକାଇ ସିଟୋର୍ୟୁ କରାଟେ -ଡୁ ଫେଡେରେସନ ୟୋଜିତ କରିଥିଲା ।
ଏହି ପ୍ରତିଯୋଗିତାରେ ଓଡିଶା, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ, ସିକିମ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଛତିଶଗଡ ରାଜ୍ୟରୁ ୭୬୦ ଜଣ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲାରୁ ବଲାଙ୍ଗିର କରାଟେ ସ୍କୁଲର ୧୬ ଜଣ ପ୍ରତିଯୋଗି ଭାଗ ନେଇଥିବା ବେଳେ ଆନନ୍ଦିତା ସାହୁ ସ୍ୱର୍ଣ୍ଣ, କେୟାଂଶ ଲେଙ୍କା ସ୍ୱର୍ଣ୍ଣ, ଜଶମିନ୍ ସାହୁ ସ୍ୱର୍ଣ୍ଣ, କାବ୍ୟରାନି ହଂସ ରୌପ୍ୟ, ସାଇ ଶ୍ରୀୟାଗି ବନଛୋର କାଂସ୍ୟ, ହର୍ଷିତା ସିଂ – ସ୍ୱର୍ଣ୍ଣ ଓ ରୌପ୍ୟ, ଲକ୍ଷ ଗୁପ୍ତା ରୌପ୍ୟ , କାଂସ୍ୟ, ଆରୁଶ ମିଶ୍ର କାଂସ୍ୟ, ହାର୍ଦ୍ଦିକ ବାଗ କାଂସ୍ୟ, ଲୋକେଶ ବାଗ ସ୍ୱର୍ଣ୍ଣ, ଆୟୁଶ ମେହେର ସ୍ୱର୍ଣ୍ଣ ଓ ରୌପ୍ୟ, ଅନୁରାଗ ଦାସ କାଂସ୍ୟ, ଲୋକେଶ ବାଗ ସ୍ୱର୍ଣ୍ଣ, ଆୟୁଶ ମେହେର ସ୍ୱର୍ଣ୍ଣ ଓ ରୌପ୍ୟ, ଅନୁରାଗ ଦାସ କାଂସ୍ୟ, ଅନୁଷ୍କା ପଟ୍ଟନାୟକ ସ୍ୱର୍ଣ୍ଣ ଓ ରୌପ୍ୟ, ପୁରୁଷୋତ୍ତମ ବାଗ ରୌପ୍ୟ ମୋଟ ୨୨ ଗୋଟି ପଦକ ହାସଲ କରିଛନ୍ତି । କୃତି ପ୍ରତିଯୋଗିମାନଙ୍କୁ ମୁଖ୍ୟ ଅତିଥି କିଓ ର ଉପସଭାପତି କେ.ଏମ୍.ଏଲ୍ ଶାସ୍ତ୍ରୀ ଓ ମୁଖ୍ୟ ବୈଷୟିକ ନିର୍ଦ୍ଦେଶକ ହାଂସି ପ୍ରେମଜିତ ସେନ ପଦକ ଓ ମାନପତ୍ର ପ୍ରଦାନ କରିଥିଲେ । ଦଳ ସହିତ ବଲାଙ୍ଗିର କରାଟେ ସ୍କୁଲ ର ସଂପାଦକ ହୃଦୟ ଶବର, ଚନ୍ଦ୍ର ଶେଖର ସେଠ, ଟିମ୍ ମ୍ୟାନେଜର ମନଗୋବିନ୍ଦ ମେହେର ଓ ରେଖା ମନହିରା ଯାତ୍ରା କରିଥିଲେ । ଏହି ସଫଳତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଦସ୍ୟ, କରାଟେ ସ୍କୁଲ ସଦସ୍ୟ, ଖେଳପ୍ରେମୀ ତଥା ଅଭିଭାବକମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ୟୁଜ୍।


