ବୋଡେନ ବ୍ଲକ ଏକ୍ସ କେଡର ଶିକ୍ଷକ ସଙ୍ଘ ତରଫରୁ ଭୋଦେବ ଜଗତ ପରିବାର କୁ ଶୋକସନ୍ତପ୍ତ ଦେଵା ସହ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି

ନୂଆପଡା 27 12 2023,(AKN NEWS): ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନିମନା ଜୁନାପଡା ପ୍ରାଥମିକ ବିଦ୍ୟାଳୟ ର ଏକ୍ସ କେଡର ଶିକ୍ଷକ ଶ୍ରୀ ଭୋଦେବ ଜଗତ ଙ୍କ ମୃତ୍ୟୁ ହୋଇଯାଇଛି l ସ୍ବର୍ଗତ ଭୋଦେବ ଜଗତ ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ଥିଲେ l ଆଜି ତା :27/12/2023 ରିଖ ଅପରାହ୍ନ ରେ ତାଙ୍କ ଘର ନିମନା ଗ୍ରାମ କୁ ବୋଡେନ ବ୍ଲକ ଏକ୍ସ କେଡର ଶିକ୍ଷକ ସଙ୍ଘ ତରଫରୁ ଶ୍ରୀ ନିରୋଜ କୁମାର ଖମାରୀଙ୍କ ନେତୃତ୍ୱ ରେ ଗୋଟେ ଏକ୍ସ କେଡର ଶିକ୍ଷକ ପ୍ରତିନିଧି ଦଳ ଯାଇ ଶୋକସନ୍ତପ୍ତ ପରିବାର କୁ ଭେଟିଥିଲେ ଏବଂ ଏକ୍ସ କେଡର ଶିକ୍ଷକ ସଙ୍ଘ ବୋଡେନ ଗ୍ରୁପ ରୁ ବିଭିନ୍ନ ଶିକ୍ଷକ ଓ ଶିକ୍ଷୟତ୍ରୀ ଦେଇଥିବା ସହଯୋଗ ରାଶି ସର୍ବ ମୋଟ ଟ. 6,500/-ଶୋକସନ୍ତପ୍ତ ପ୍ରଦାନ କରି ଥିଲେ l ସ୍ବର୍ଗତ ଭୋଦେବ ଜଗତ ଙ୍କ ଶିକ୍ଷା ବିଭାଗୀୟ ଜଡିତ ଥିବା ସମସ୍ତ କାର୍ଯ୍ୟ ସଙ୍ଘ ମାଧ୍ୟମରେ ସହଯୋଗ କରିବା ପାଇଁ ଶ୍ରୀ ନିରୋଜ କୁମାର ଖମାରୀ ଶୋକ ସନ୍ତପ୍ତ ପରିବାର କୁ କଥା ଦେଇଥିଲେ l ମୁକ୍ତ ହସ୍ତ ରେ ନିଜ ଶିକ୍ଷକ ଭାଇ ଙ୍କ ପରିବାର କୁ ସହଯୋଗ ର ହାତ ବଢ଼େଇ ଥିବା ଏକ୍ସ କେଡର ଶିକ୍ଷକ ସଙ୍ଘ ବୋଡେନ କୁ ଶୋକସନ୍ତପ୍ତ ପରିବାର ତରଫରୁ ଏବଂ ଉପସ୍ଥିତ ଆତ୍ମୀୟସହୋଦର ଗ୍ରାମ ବାସୀ ହୃଦୟ ଭରା ଧନ୍ୟବାଦ ଦେବା ସହିତ ପ୍ରଶଂସା କରିଥିଲେ l ଏଠାରେ ସୂଚନା ରଖୁଛି ଯେ ସ୍ବର୍ଗତ ଭୋଦେବ ଜଗତ ଙ୍କ ଚାରି ଜଣ ନାବାଳକ ଛୁଆ ଏବଂ ଦୃଷ୍ଟି ବାଧିତ ବିଧବା ସ୍ତ୍ରୀ ଅଛନ୍ତି l ଭୋଦେବଙ୍କ ମୃତ୍ୟୁ ପରେ ପରିବାର ପାଇଁ କୌଣସି ସରକାରୀ ଥଇଥାନ ବ୍ୟବସ୍ଥା କିମ୍ବା କୌଣସି ଭତ୍ତା ବ୍ୟବସ୍ଥା ନ ଥିବାରୁ ଭିନ୍ନକ୍ଷମ ଗରିବ ପରିବାର ବହୁତ ଚିନ୍ତିତ ଅଛନ୍ତି l ଭିନ୍ନକ୍ଷମ ଓ ଗରିବ ପରିବାରକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି l
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


