ଓଡିଶା ଖବର

ଖ୍ରୀଷ୍ଟିଆନ୍ ଧର୍ମ ର ପତ୍ରିକା ଜାଳିବା, ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରିବା ମାମଲା ରେ ଥାନାରେ ଏତଲା

(AKN NEWS): ନବରଙ୍ଗପୁର, ଖ୍ରୀଷ୍ଟୀୟ ଧର୍ମକୁ ବିରୋଧ କରିବା ସହ ଖ୍ରୀଷ୍ଟୀୟ ଯୁବକ ମାନଙ୍କୁ ମାଡ଼ ମାରି ତାଡ଼ନା ଦେବା ନେଇ ଥାନାରେ ଏତଲା ହୋଇଛି। ଯେଉ ବ୍ୟକ୍ତି ମାନେ ଧର୍ମ ଙ୍କୁ ନେଇ ହୀନ ଆଚରଣ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସପି ଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ନବରଙ୍ଗପୁର ଜିଲ୍ଲା ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦ କର୍ମକର୍ତ୍ତା ମାନେ।। ଆଗରୁ ବଡ଼ ଦିନ ଥିବାରୁ କେତେକ ଖ୍ରୀଷ୍ଟୀୟ ଯୁବକ ମାନେ ଚଳିତ ମାସ ୨୦ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସହରେ ବଡ଼ ଦିନର ଶୁଭେଚ୍ଛା ପତ୍ରିକା ବାଣ୍ଟୁଥିଲେ।ସେହି ସମୟରେ କେତେକ ଅସାଧୁ ବ୍ୟକ୍ତି ଯୁବକ ମାନଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମାଡ଼ ମାରିବା ସହ ତାଙ୍କ ଶୁଭେଚ୍ଛା ପତ୍ରିକାକୁ ଛଡେଇ ନେଇ ପାଦରେ ଦଳି ଦେଇ, ଖ୍ରୀଷ୍ଟିଆନ୍ ଧର୍ମ ର ଯୀଶୁ କଣ କରିବ ବୋଲି କହି, ବଳ ପୂର୍ବକ ଦିଆସିଲି ଦେଇ ନିଆଁ ଜାଳି ଜୟ ଶ୍ରୀ ରାମ ସ୍ଲୋଗାନ ସହିତ ବିଭିନ୍ନ ନାରା ଦେଇ ହାତ ଟେକି ଜୟ ଜୟ କହିବାକୁ ବାଧ୍ୟ କରିଥିଲେ । ସେତିକିରେ ରାଗ ଥଣ୍ଡା ନ ହେବାରୁ ହିନ୍ଦୁ ଧର୍ମର ଏକ ମନ୍ଧିର ରେ ଯାଇ କ୍ଷମା ମାଗିବାକୁ ମଧ୍ୟ ବାଧ୍ୟ କରିଥିଲେ।ଯଦି କ୍ଷମା ନ ମାଗିଲେ ଜୀବନରେ ମାରିଦେବୁ ବୋଲି ଧମକ ଚମକ୍ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଭଳି ଘଟଣା ଗୋଟିଏ ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟ ଙ୍କୁ ସବୁ ଜାଣି ବୁଜି କୁଠାରଘାତ କରାଯାଇଛି। ବିଭିନ୍ନ ଅସଭ୍ୟ ଭାଷା କହି ଖ୍ରୀଷ୍ଟୀୟ ସମାଜ ପାଇଁ ଘର ଅପମାନ ଓ ନିନ୍ଦା କରାଯାଇଛି। ନବରଙ୍ଗପୁର ଜିଲ୍ଲା ଏକ ଭାଇଚାରା ର ଜିଲ୍ଲା ଏଠାରେ ସର୍ବ ଧର୍ମ ସମାନ ଭାବେ କେଉଁ ଅନାଦି କାଳରୁ ଚଳି ଆସୁଛନ୍ତି। କିଛି ବ୍ୟକ୍ତି ଏହାକୁ ନଷ୍ଟ କରି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ଓ ସାଧାରଣ ଶାନ୍ତିଭଙ୍ଗ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଜିଲ୍ଲା ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ପରିଷଦ ସଭାପତି ହେଚ ଡି ସୁଧୀର ପାତ୍ର କହିଛନ୍ତି। ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର,ଏବଂ ଭାରତର ସମ୍ବିଧାନ ଅନୁସାରେ ଯିଏ ଯାହାର ଧର୍ମ ପ୍ରଚାର ପ୍ରସାର କରିବାର ଅଧିକାର ରହିଛି। ଧର୍ମ ବିରୁଦ୍ଧରେ ଏଭଳି ଆଚରଣ ପ୍ରଦର୍ଶନ କରିଥିବା ବ୍ୟକ୍ତି ଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସମ୍ପାଦକ ଗୌରଭ କାଉରି, ଦୟାନିଧି ସୁନା,ବିଶୋପ ଖ୍ରୀଷ୍ଟଦାନ ନାଗ,ସତ୍ୟ ସଭାନ ନାଗ, କିଶୋର କୁମାର ହିଆଲ,ପ୍ରଦୀପ ନନ୍ଦ,ନିହିମିୟା ବର୍ଦ୍ଧନ, ଦିଲ୍ଲୀପ ହିଆଲ, ରେଭ୍ ଆଲେକ୍ସସି ନାଗ, ଆକାଶ କୁଲଦୀପ ଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲା ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ୍ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!