ଓଡିଶା ଖବର
ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

(AKN NEWS): ଯୁବବ୍ୟାପାର ଓ ଖେଳ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଅଧିନରେ ଥିବା ନେହେରୁ ଯୁବ କେନ୍ଦ୍ର ନୂଆପଡା ର କର୍ମକର୍ତ୍ତା ଶ୍ରୀ ମୁକେଶ ପାଣ୍ଡେ ଙ୍କ ଅଧ୍ୟକ୍ଷତା ରେ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଉଦଯାପନି ଅବସରେ ସ୍ଥାନିୟ ଖରିଆର ରୋଡ ଆମସେନା ଛକ ଏବଂ ନୂଆପଡା ଏକତା ଛକ ପାଖରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଖରିଆର ରୋଡ ଆଇଆଇସି ଗୁରୁଦେବ କର୍ମୀ ଏବଂ ନୂଆପଡା ଆଇଆଇସି ଦିଲୀପ ସାହୁ ଯୋଗ ଦେଇ ସଡକ ସୁରକ୍ଷା ବିଷୟରେ ଲୋକଙ୍କୁ ସଚେତନତା କରାଇଥିଲେ l
ଉକ୍ତ କାର୍ଯ୍ୟକ୍ରମ ରେ ସ୍ୱେଚ୍ଛାସେବୀ ବିଶାଖା ହରିଜନ, ଭାରତୀ ଭୋଇ, କବିତା ସବର, ଭଂଜକିଶୋର ନୈକ ଏବଂ ରାଧାକୃଷ୍ଣ କ୍ଲବ ବିରୋମାଲ ର ସଦସ୍ୟ, ରଖ୍ତଦାତା ମହାସଂଘ, ରାନୀ ଲକ୍ଷ୍ମୀ ବାଇ ଯୁବତୀ ସଙ୍ଘ ଡର୍ଲିମୁଣ୍ଡା ର ସଦସ୍ୟ ମାନେ ଯୋଗ ଦେଇ ସଚେତନ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


