ଓଡିଶା ଖବର

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜି ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଦିବସିୟ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ,ଓ ସୃଜନ ଶୀଳତା ର ଉତ୍ସବ

(AKN NEWS): ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଭାଷା,ସାହିତ୍ୟ,ଓ ସୃଜନ ଶୀଳତା ର ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜି ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଦିବସିୟ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ,ଓ ସୃଜନ ଶୀଳତା ର ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହିତ ସମାପନ ହୋଇ ଯାଇଛି,ପୂର୍ବାହ୍ନ ର ଉଦଘାଟନୀ ଉତ୍ସବ ଅବସରରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ ସଭାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତନୁଜ ବୈଠାରୁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବ ରେ ନିଲଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା କବି,ଲେଖକ,ଓ ପତ୍ରିକା ସମ୍ପାଦକ ଶ୍ରୀ ଯୁକ୍ତ ସତ୍ୟ ବ୍ରତ ଗହୀର ,ସମ୍ମାନିତ ଅତିଥି ଭାବ ରେ ସ୍ଥାନୀୟ ସି ଆର ସି ସି ଶ୍ରୀ ଯୁକ୍ତ ରାକେଶ କୁମାର ମିଶ୍ର,ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀ ଯୁକ୍ତ ଜିଷ୍ଣୁ ପ୍ରଧାନ,ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ପରମେଶ୍ୱର ମାଝୀ ମଞ୍ଚାସିନ ଥିଲେ,ସର୍ବ ପ୍ରଥମେ ଅତିଥି ଗଣ ଦେବ ପୂଜନ ସହ ପ୍ରଧାନ ଶିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟାଦାତା ଶ୍ରୀ ଗଣେଶ ମହାପ୍ରଭୁଙ୍କ ପୂର୍ଣ୍ଣାଙ୍ଗ ମୂର୍ତ୍ତି ଉନ୍ମୋଚନ କରିଥିଲେ, ସହକାରୀ ଶିକ୍ଷକ ଶ୍ରୀ ଯୁକ୍ତ ଶେଷଦେବ କଲେତ ,ଅତିଥି ଗଣ ସ୍ୱାଗତ କରିବା ସହ ଉଦ୍ୟେଶ ଜ୍ଞାପନ ପୂର୍ବକ ମଞ୍ଚ ପରିଚାଳନା କରିଥିଲେ, ଏହି ଅବସରରେ ମୁଖ୍ୟ ଅତିଥି ସାହିତ୍ୟ ସୃଜନୀ କ୍ଲବ ର ପ୍ରାଚୀର ପତ୍ରିକା କୁ ଶୁଭ ଉଦଘାଟନ କରିଥିଲେ, ଅତିଥି ଗଣ ଛାତ୍ର ଛାତ୍ରୀ ଙ୍କର ଅନ୍ତର ନିହିତ ଗୁଣାବଳି ଓ ଦକ୍ଷତାର ବିକାଶ ପାଇଁ ଏପରି କାର୍ଯ୍ୟ କ୍ରମ ସହିତ ଉତ୍ତମ ଗୁରୁର ସାନ୍ନିଧ୍ୟ ଓ ଦିଗଦର୍ଶନା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ, ପରେ ଅତିଥି ଗଣ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଦର୍ଶିତ କୌଶଲି କ୍ଲବ ,ଜିଜ୍ଞାସା କାର୍ଯ୍ୟ,କ୍ରୀଡ଼!ଙ୍ଗନ,ଆଦି ପର୍ଯ୍ୟବେକ୍ଷଣ କରିଥିଲେ,ସି ଆର ସି ସି ଶ୍ରୀ ଯୁକ୍ତ ରାକେଶ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ସଭାରେ ପୁନର୍ବାର ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ଓ ସମ୍ମାନିତ ଅତିଥି ଶ୍ରୀ ଜିଷ୍ଣୁ ପ୍ରଧାନ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ତନୁଜ ବୈଠାରୁ ମଞ୍ଚା ସିନ ଥିଲେ,ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ,ଗୀତ,କବିତା,ଆବୃତ୍ତି ଗପ ପଠନ ଓ କ୍ଷୁଦ୍ର ନାଟକ ମା ସମଲେଇ ପ୍ରଦର୍ଶିତ ହୋଇଥିଲା, ଅତିଥି ଗଣ ଙ୍କ ଦ୍ୱାରା ଓଡିଶା ରାଜ୍ୟ ରୁ ମନୋନୀତ ହୋଇ କଲିକତା ଠାରେ ଅନୁଷ୍ଠିତ ହୋଇଥିବା ଜୋନାଲ ବାଲବୈଜ୍ଞାନିକ ପ୍ରଦର୍ଶନି ମେଳାରେ ପ୍ରତିନିଧିତ୍ୱ କରିଥିବା ବିଦ୍ୟାଲୟ ର ଗର୍ବ ଓ ଗୌରବ ଦଶମ ଶ୍ରେଣୀ ଛାତ୍ରୀ ପ୍ରମୋଦିନୀ ସା ଙ୍କୁ ସ୍ୱତନ୍ତ୍ର ସମର୍ଦ୍ଧନା ପ୍ରଦାନ କରାଯାଇ ଥିଲା,ଏବଂ ସୃଜନ ଶୀଳତାର ସମସ୍ତ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରି ଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଟ୍ରଫି,ପ୍ରଦାନ କରି ଅତିଥି ଗଣ ଉସ୍ସାହିତ କରିଥିଲେ,ସାଂସ୍କୃତିକ କାର୍ଯ୍ୟ କ୍ରମ କୁ ସଂସ୍କୃତ ଶିକ୍ଷକ ଶ୍ରୀ ଯୁକ୍ତ ଶେଷ ଦେବ କଲେତ ସଂଯୋଜନା କରିଥିବା ବେଳେ ଭାଷା ଶିକ୍ଷକ ଶ୍ରୀ ଯୁକ୍ତ ପିତ ବାଶ ନାଏକ ସମସ୍ତ ସଭାପତି ଅତିଥି ଗଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଅନିବାର୍ଯ୍ୟ କାରଣ ରୁ ଅନୁପସ୍ଥିତ ବିଦ୍ୟାଳୟ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ପିତାମ୍ବର ଟୋଲ ଟିଆ ଉକ୍ତ କାର୍ଯ୍ୟ କ୍ରମର ସଫଳ ରୂପାୟନ ପାଇଁ ସହକାରୀ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କୁ ଯଥେଷ୍ଟ ପୂର୍ବରୁ ଉଚିତ ପରାମର୍ଶ ଦେଇ ଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଥିଲା,ଉକ୍ତ କାର୍ଯ୍ୟ କ୍ରମ ସଫଳ କରିବାରେ ଶିକ୍ଷକ ଶେଖର ମହନ୍ତ, ସନ୍ତୋଷ କୁମାର ମଲ୍ଲିକ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ,

ନୁଆପଡ଼ା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!