ସପ୍ତଶ୍ରୀ ଖପରାଡୁଙ୍ଗରିରେ ରାମ ଉତ୍ସବ ପାଳିତ

ପାଟଣାଗଡ଼ ତା 22/1(AKN NEWS): ବେଲପଡା ବ୍ଲକ ଜଳିଆ ଗାଁ ନିକଟରେ ଥିବା ସପ୍ତଶ୍ରୀ ଖପ୍ରାଡୁଙ୍ଗରି ରେ ରାମ ଉତ୍ସବ ପାଳିତ ହୋଇଯାଇଛି | ବାବା ପ୍ରଣଵାନ ଦାସ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ପୂଜା ମହୋତ୍ସବ ରେ ହଜାର ହଜାର ଭକ୍ତ ସାମିଲ ହୋଇ ପ୍ରଭୁ ରାମଚନ୍ଦ୍ର ଙ୍କ କଥାମୃତ ଶ୍ରବଣ କରିବା ସହ ବିଭିନ୍ନ ଦେବଦେବୀ ଙ୍କ ଦର୍ଶନ କରିଥିଲେ |ପ୍ରଭୁ ରାମଲାଲ ଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ସମ୍ପୂର୍ଣ ରାମ ମୟ ହୋଇ ଉଠିଥିଲା ଖପ୍ରାଡୁଙ୍ଗରି ହଜାର ହଜାର ଲୋକ ଉପସ୍ଥିତ ରହିବା ସହ ଜଗନ୍ନାଥ, ଶିବ, ଲକ୍ଷ୍ମୀ, ଙ୍କ ଦର୍ଶନ ନେବା ସହ ପାହାଡ଼ ଉପରେ ଏକ ଗୁମ୍ଫା ରେ ଶ୍ରୀ କୃଷ୍ଣ ପୂଜାପାଆନ୍ତି |ବିଶ୍ୱାସ ରହିଛି ଏହି ସ୍ଥାନରେ ରୁଷିମୁନି ମାନେ ତପସ୍ୟା କରୁଥୁଲେ |ଯାହା ପିଚ୍ଛା ଚିହ୍ନ ଆଜି ମଧ୍ୟ୍ୟ ରହିଛି |ସେହି ଦିନରୁ ଏହି ସ୍ଥାନ ରେ ପୂଜାର୍ଚନା ହେଇଆସୁଛି |ଆଜି ରାମ ଙ୍କ ପ୍ରାଣ ପ୍ରତିଷ୍ଠା ଥିବାରୁ ଭକ୍ତିମୟ ପରିବେଶ ରେ ସଜ୍ଜିତ ଦେବସ୍ଥଳୀ |ପରେ ସମସ୍ତେ ବସି ଭୋଗ ଅର୍ପଣ କରିଥିଲେ |ଏଥିରେ ବିଭୁତି ଭୂଷଣ ପାଣିଗ୍ରାହୀ, ଗୌରଚନ୍ଦ୍ର ରାଜପଳିଆ, ଝରି ବେହେରା, ସନ୍ତୋଷ ପଟ୍ଟନାୟକ, ଧନିରାମ ଭୋଇ, ସଚିବ ନାଏକ, ପ୍ରମୋଦ ବୁଡ଼େକ, କୃଷ୍ଣଚନ୍ଦ୍ର ରାଉତ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ |ସୁଧୀର କୁମାର ପୁରୋହିତ ପୂଜାଦାୟିତ୍ୱ ନିର୍ବାହ କରିଥିଲେ |
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


