ଓଡିଶା ଖବର

ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ

ଭବାନୀପାଟଣା:୨୨/୦୧(AKN NEWS): ଭବାନୀପାଟଣାସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟରେ ଶ୍ରୀ ରାମ ଜନ୍ମଭୂମିଠାରେ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ପ୍ରଭାତରେ ଛାତ୍ରୀ ଓ କର୍ମକର୍ତ୍ତାବୃନ୍ଦ ମିଳିତ ଭାବେ ନିକଟସ୍ଥ ହନୁମାନମନ୍ଦିରକୁ ଯାଇ ଦର୍ଶନ ପରେ ସାମୂହିକ ହନୁମାନଚାଲିଶା ପାଠ କରିଥିଲେ।ଏହା ପରେ କାରସେବକ ଜୟ ନାରାୟଣ ବାବୁ ଅତିଥିଭାବେ ଯୋଗ ଦେଇ ରାମ ମନ୍ଦିର ପ୍ରତିଷ୍ଠା କରିବା ପାଇଁ କରିଥିବା ସଂଘର୍ଷ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ଛାତ୍ରୀମନେ ଶ୍ରୀରାମ ପ୍ରେମୀମାନଙ୍କୁ ପ୍ରସାଦ ବାଣ୍ଟିଥିଲେ।ସଂଧ୍ୟାରେ ମହାବିଦ୍ୟାଳୟ ପରିସରରେ ଦୀପାବଳୀ ପାଳନ କରିବା ସହ ରାମନାମ କୀର୍ତ୍ତନ ଆୟୋଜିତ ହୋଇଥିଲା।ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷା ନମିତା ସାହୁ ଛାତ୍ରୀମାନଙ୍କୁ ଉତ୍ସlହିତ କରି କହିଥିଲେ ଯେ ରାମମନ୍ଦିର ଭାରତର ସ୍ୱାଭିମାନର ପ୍ରତିକ ଏହା ଯୁବସମାଜକୁ ରାମଙ୍କ ପରି ଆଦର୍ଶ କରି ଗଢିତୋଳିବା ସହ ରାମରାଜ୍ୟ ଗଠନ କରିପାରିବ। ନିର୍ଦେଶକ ପ୍ରତ୍ୟୁଷ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!