କୀଟ ଓ କିସ ପକ୍ଷରୁ ମିନି ମାରାଥନ , ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ସାଧାରଣରେ ସଚେତନତା ସୃଷ୍ଟି କରାଯାଇଛି।

ଦାରିଙ୍ଗବାଡ଼ି , ୨୮/୧: (AKN News): ଲୋକମାନଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ସାଧାରଣରେ ସଚେତନତା ସୃଷ୍ଟି କରି କୀଟ ଓ କିସ ପକ୍ଷରୁ ମିନି ମାରାଥନ ଆୟୋଜନ କରାଯାଇଛି। କୀଟ ଓ କିସ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିଲା। ଦାରିଙ୍ଗବାଡ଼ି ବ୍ଲକ ପ୍ରାଙ୍ଗଣରୁ ଗଣ ଦୌଡ଼ ଆରମ୍ବ ହୋଇ ତିନି ଛକ ରୁ ପୁଣି ଚାରିଛକ ଦେଇ ମିନି ଷ୍ଟାଡିୟମ ପହଞ୍ଚି ଥିଲେ। ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ଏହାର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ନାୟକ, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏସ ଆଇ ଜିତେନ୍ଦ୍ର ବେହେରା, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଏବଂ ସାଧାରଣ ଲୋକ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ କୀଟ ଓ କିସ ଅନୁଷ୍ଠାନର ବ୍ଲକ କୋଡ଼ିନେଟର ମୁକେଶ କୁମାର ନାୟକ ପରିଚାଳନା କରିଥିଲେ। ଦୌଡ଼ରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।


