ଓଡିଶା ଖବର

ରୋଗୀମାନ ଙ୍କୁ ଫଳ ବଣ୍ଟନ ଓ ରକ୍ତ ଦାନ କଲେ ସାମ୍ବାଦିକ 

ପାଟଣାଗଡ଼ (AKN NEWS): ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ତରଫରୁ ରବିବାର ଉପଖଣ୍ଡ ଚିକିତ୍ସାଲୟ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ତିନି ଜଣ ଚିକିତ୍ସିତ ହେଉଥିବା ରୋଗୀ ରକ୍ତଦାନ କଲେ ସାମ୍ବାଦିକ |ସଂଘ ର ସଭାପତି କରୁଣା କର ବୁଡ଼େକ ଙ୍କ ନେତୃତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଡାକ୍ତରଖାନର ଦାୟୀତ୍ବ ରେ ଥିବା ଚିକିତ୍ସାଧିକାରୀ ସୁବ୍ରତ ମେହେର ଙ୍କ ସହ ନର୍ସ , କର୍ମଚାରି ମାନଙ୍କୁ ନେଇ ସଂଘ ର ଏକ ଲୋଗୋ ଶୁଭ ଉନ୍ମୋଚନ କରାଯାଇ ଥିଲା | ପରେ ସଦସ୍ୟ ମାନେ ଡାକ୍ତର ଖାନା ରେ ଚିକିତ୍ସାହେଉଥିବା ସମସ୍ତ ୱ।ର୍ଡ ର ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିବା ବେଳେ କୁଶାବାହାଲି ,ଦଳଦଳୀ ,ଡାଙ୍ଗବାହାଲ ଗାଁର ଚିକିତ୍ସିତ ହେଉଥିବା ତିନିଜଣ ରୋଗୀ ଙ୍କୁ ରକ୍ତ ଆବଶ୍ୟକ ହେତୁ ସଂଘ ତିନି ଜଣ ସଦସ୍ୟ ତଥା ସାମ୍ବାଦିକ ଚନ୍ଦ୍ରଶେଖର ବରିହା ,ଶେଷଦେବ ସିଂ ନାଏକ ,ରଘୁ ରଣା ରକ୍ତଦାନ କରିଥିଲେ । ସାମ୍ବାଦିକ ମାନଙ୍କ ଏପରି ମହତ କାମ କୁ ଡାକ୍ତର ଶ୍ରୀ ମେହେର ପ୍ରଶଂସା କରିଥିଲେ । ଏଥିରେ ସଂଘ ର ଉପସଭାପତି ଗୋରେଖ ନାଥ ବରିହା , ସଂପାଦକ ବିମଳ କୁମାର ବାଗ , ଉପଦେଷ୍ଟା ଜଗଦୀଶ ଭୋଇ ,ସହ ସଂପାଦକ ଗୁଣନିଧି ପୁଟେଲ , ପ୍ରଦୀପ କୁମାର ପୁରୋହିତ ,ଲଲିତ ମଲ୍ଲିକ , ଚନ୍ଦ୍ରଶେଖର ବରିହା ,ଶେଷଦେବ ସିଂ ନାଏକ , ପିତରାଜ ଧରୁଆ ,ଅଭିମନ୍ୟୁ ବାଗ , ରଘୁନାଥ ରଣା ,ଘନ ବରିହା ,ଦୁର୍ଯ୍ୟୋଧନ ବର୍ଗେ ପ୍ରମୁଖ ଉପସ୍ଥିତ କରିଥିଲେ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!