ଓଡିଶା ଖବର

ମୁରିବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ପାଳନ!

(AKN NEWS): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମୁରିବାହାଲ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ଗୁରୁବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି।ମହୋତ୍ସବ କମିଟି ସଭାପତି ଜିତେନ୍ଦ୍ରିୟ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ମୁଖ୍ୟ ବକ୍ତା ରୂପେ ଖଡ଼ିଆଳ କଲେଜର ପୂର୍ବତନ ଅଧ୍ୟକ୍ଷ ଫଣିନ୍ଦମ ସିଂଦେଓ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ,ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନ ,ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା,ସ୍ଥାନୀୟ ସରପଞ୍ଚ ବିଶ୍ବବିହାରୀ ଯୋଶୀ,ବିଇଓ ଶାନ୍ତନୁ କୁମାର ପଢ଼ିହାରି, ଆୟୋଜକ କମିଟି ଉପସଭାପତି ଯଦୁପତି ଅଗସ୍ତି,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀମୁଖ ବିହାରୀ ବଘାର,ସିଆରସିସି ହୃଷିକେଶ ଶିକା, ସ୍କୁଲ ପରିଚାଳନା କମିଟି ସଭାପତି ମାନପତି ଶାଣ୍ଢ, ପ୍ରଧାନ ଶିକ୍ଷୟିତ୍ରୀ ସ୍ରୋତସ୍ଵିନି ମାଝୀ ପ୍ରମୁଖ ଯୋଗ ଦେଇଥିଲେ।ପ୍ରାକ୍ତନ ଛାତ୍ର ଲିଳୁମୋହନ ପଧାନଙ୍କ ସଂଯୋଜନାରେ ମହୋତ୍ସବ କମିଟି ସମ୍ପାଦକ ଅଶୋକ କୁମାର ତରିଆ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।ପୂର୍ବାହ୍ନରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ପୁରନ୍ଦର ତରିଆ ମହୋତ୍ସବର ପତାକା ଉତ୍ତୋଳନ କରିଥିଲେ।ବିଦ୍ୟାଳୟକୁ ଜମିଦାନ କରିଥିବା ଜମିଦାତାଙ୍କ ଉତ୍ତରାଧିକାରୀ ଗ୍ରାମର ଗୌନ୍ତିଆ ବାଳକୃଷ୍ଣ ବଘାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକମାନଙ୍କୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା।ମହୋତ୍ସବ କମିଟି ସଦସ୍ୟ ଦନାର୍ଦନ ବଗର୍ତ୍ତି ଧନ୍ୟବାଦ୍ ଦେଇଥିଲେ ।କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ଯୁଗ୍ମ ସଂପାଦକ ରୁପେଶ ସାଣ୍ଢ,କୋଷାଧ୍ୟକ୍ଷ ଜୟକୃଷ୍ଣ ବଘାର,ପରିଚାଳନା କମିଟିର ଶ୍ରୀମୁଖ ସାଣ୍ଢ, ଯୁଧିଷ୍ଠିର ବଘାର,ଅଜିତ କୁମାର ତରିଆ,ଲଳିତ ବଘାର,ବସନ୍ତ ଭୋଇ, ଶମ୍ଭୁ ପ୍ରସାଦ ଭୋଇ,ପ୍ରଶାନ୍ତ ମାହାର,ସଞ୍ଜୟ ବାଗ, ଅବିନାଶ ଭୋଇ, ଉପଦେଷ୍ଟା ଗୌରାଙ୍ଗ ଭୋଇ, ମକୁନ୍ଦ ପଧାନ,ଭୈରବ ଚରଣ ମିଶ୍ର, ଭୀମସେନ ପଧାନ,ଅଧିବାସ ମାହାର, ଟିକେଲାଲ ବଘାର, ହଜାରୁ ପୁଟେଲ, ରାମରତନ ମେହେର,ଧନଞ୍ଜୟ ପଧାନ, ଶ୍ରୀପତି ସାଣ୍ଡ,ବନବିହାରୀ ଯୋଶୀ,ଶାନ୍ତାରାମ୍ ପଧାନ,ଅଗସ୍ତି ବଘାର ଓ ସୁବାସ ବଘାରଙ୍କ ସହ ଦୀର୍ଘ ଶହେ ବର୍ଷ ଧରି ପାଠ ପଢିଥିବା ଏହି ଶତାୟୁ ଶିକ୍ଷାନୁଷ୍ଠାନର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!