ଓଡିଶା ଖବର

ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ।

ପୁରୀ ୬/୨ (AKN NEWS): ପୁରୀ ଜଗନ୍ନାଥ ଷ୍ଟାଡିୟମ ଠାରେ ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କ୍ରିକେଟ ପ୍ରତିଯୋଗିତା।ନୂଆ ଓ ମାଧ୍ୟମରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଜିଲ୍ଲାପାଳ ବିଜୟ କୁମାର ଦାଶ ଉଦଘାଟନ କରିବା ସହ କ୍ରୀଡା ଶୃଙ୍ଖଳା, ଭାଇଚାରା ଓ ଶାରୀରିକ ସୁସ୍ଥତା ରଖିବାରେ ସହାୟକ ହୋଇଥାଏ ବୋଲି କହିଥିଲେ।ସମସ୍ତ କ୍ଷେତ୍ରରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଶ୍ରୀ ଦାଶ ପରାମର୍ଶ ଦେବା ସହ ସଫଳତା ପାଇଁ କ୍ରୀଡାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ହାଇପରଫରମାନ୍ସ କ୍ରୀଡା କେନ୍ଦ୍ର ର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ବରିଷ୍ଠ ପରାମର୍ଶଦାତା ପ୍ରବୀର ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ସଂଘର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ ଙ୍କୁ ଉତ୍ସାହିତ କରିଥିଲେ।ପରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥି ମାନେ ପଡିଆ ମଧ୍ୟରେ କ୍ରୀଡାବିତ ଙ୍କ ସହ ପରିଚିତ ହୋଇ ଶୁଭେଚ୍ଛା ଜଣାଇଥିଲେ।ଏହି ପ୍ରତିଯୋଗିତାରେ ରାଜ୍ୟର ୩୦ ଟି ଯାକ ଜିଲ୍ଲା ରୁ ୩୦ଟି ଲେଖାଏଁ ପୁରୁଷ ଓ ମହିଳା ଦଳ ଅଶଂଗ୍ରହଣ କରିଛନ୍ତି। ପୁରୁଷ ଦଳର କ୍ରିକେଟ ପ୍ରତିଯୋଗିତା ଜଗନ୍ନାଥ ଷ୍ଟାଡିୟମରେ ଓ ମହିଳା ଦଳର ପ୍ରତିଯୋଗିତା ଜିଲ୍ଲା ସ୍କୁଲ ପଡିଆ ଠାରେ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି କ୍ରୀଡା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!