ଓଡିଶା ଖବର

ନକଟିଗୁଡା ପଡିଆ ଠାରେ ୟଙ୍ଗ ଇଲେଭେନ କ୍ରିକେଟ କମିଟି ଭବାନୀପାଟଣା ତରଫରୁ ତୃତୀୟ ଜୟ ମା ମାଣିକେଶ୍ବରୀ ଟି 10 କ୍ରିକେଟ ପ୍ରତିଯୋଗିତା ଉଦଘାଟନ

(AKN NEWS): ଆଜି ଭବାନୀପାଟଣା ସ୍ଥିତ ନକଟିଗୁଡା ପଡିଆ ଠାରେ ୟଙ୍ଗ ଇଲେଭେନ କ୍ରିକେଟ କମିଟି ଭବାନୀପାଟଣା ତରଫରୁ ତୃତୀୟ ଜୟ ମା ମାଣିକେଶ୍ବରୀ ଟି 10 କ୍ରିକେଟ ପ୍ରତିଯୋଗିତା ଉଦଘାଟନ ହୋଇଯାଇଅଛି I ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଙ୍ଘ ର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ(ବାପି )ଉପସ୍ଥିତ ରହିଥିବାବେଳେ ଅନ୍ୟତମ ଅତିଥି ଭାବରେ ବିଜୁ ଜନତା ଦଳର ଆଦିବାସୀ ଯୁବ ନେତା ଧବଳେଶ୍ୱର ମାଝୀ ଉପସ୍ଥିତ ରହିଥିଲେ I ଅତିଥିମାନଙ୍କ ଦ୍ୱାରା ପ୍ରଥମେ ମା ମାଣିକେଶ୍ବରୀଙ୍କ ଫୋଟୋ ଚିତ୍ରରେ ଧୂପ, ନଡ଼ିଆ ଦେଇ ପୂଜା କଲାପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ ଦାସ ଫିତା କାଟି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ I ପରେ ଦୁଇଦଳର ସମସ୍ତ ଖେଳାଳି ମାନଙ୍କୁ କରମର୍ଦ୍ଧନ କରି ଉତ୍ସIହିତ କରିଥିଲେ ଅତିଥିଗଣ I ଆଜିର ଏହି ପ୍ରତିଯୋଗିତାର ପ୍ରଥମ ଖେଳଟି ଜ୍ୟୋତି ଟିମ ଭବାନୀପାଟଣା ଏବଂ ରାଜା ପଡ଼ା ଭଙ୍ଗାବାରୀ ମଧ୍ୟରେ ହୋଇଥିଲା I ଆୟୋଜକ କମିଟି ତରଫରୁ ସିଲୁ ଭାଟି, ସିଧୁ ତାଣ୍ଡି, ସାଗର ଦୀପ, ବଣ୍ଟି ବାଗ, ରୋଶନ ରଞ୍ଜନ ବାଗ, କାହ୍ନI ରାଉତ, ତ୍ରିଭୁବନ ରାଉତ, ସୁଶାନ୍ତ ଗୌଡ଼ ଆଦି ଯୁବକ ମାନଙ୍କ ଦ୍ୱାରା ଏକତ୍ରିତ ହୋଇ ଲଗାତାର ଭାବରେ ତୃତୀୟ ଥର ପାଇଁ ଏହି ପ୍ରତିଯୋଗିତାକୁ ଆରମ୍ଭ କରି ଗ୍ରାମାଞ୍ଚଳର ଖେଳାଳି ମାନଙ୍କୁ ସେମାନଙ୍କର ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେଉଥିବାରୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ଆୟୋଜକ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ ଉତ୍ସIହିତ କରିଥିଲେ I

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!