ଓଡିଶା ଖବର

ମେଦିନୀପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ମହୋତ୍ସବ

(AKN NEWS): ଭବାନୀପାଟଣା ତା ୧୦. ୦୨. ୨୪ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ର ଦ୍ଵିତୀୟ ବାର୍ଷିକ ମହୋତ୍ସବ -୨୦୨୪ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଆଚାରୀ ଶବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା ମୂଖ୍ୟ ବକ୍ତା ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଳାହାଣ୍ଡି ଯୋଗଦାନ କରି ବିଦ୍ୟାଳୟ ର ଧ୍ଵଜା ଉତ୍ତୋଳନ, ଚିତ୍ର କଳା ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଶୁଭାରମ୍ଭ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବ ର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜୟ କୁମାର ମାଝି, ହୃଷୀକେଶ ନାଏକ, ଜଗଦୀଶ ମୁଣ୍ଡ, ମେଦିନୀପୁର ସରପଞ୍ଚ ଗୌରୀ କୁମାର ମିଶ୍ର,ଥୁଆ ପଦର ସରପଞ୍ଚ ଦିଗାମ୍ବର ଲୋହା , ଦୈନିକ ସମ୍ବାଦପତ୍ର ପ୍ରମେୟ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ସିଂହ, ଲବ୍ଧ ପ୍ରତିଷ୍ଠିତ ଚିତ୍ର ଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତ ବିଶାରଦ ଗୋବର୍ଦ୍ଧନ ଦାଶ , ସମାଜ ସେବୀ ମୀରା ସାହୁ,ଉଦେପୁର ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ସଙ୍ଗୀତା ନାଗ, ଶିକ୍ଷକ ନେତା ଲବ ଦୁର୍ଗା, ଦୁର୍ଯୋଧନ ମାଝୀ, ଧନଞ୍ଜୟ ସାହୁ, ଭୃକୁଟିଗଉଡ, ଧନଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଯୋଗଦାନ କରି ଶିକ୍ଷାଗ୍ରହଣ ସହ ସହ ଶୈଖିକ କାର୍ଯ୍ୟକ୍ରମ ହିଁ ଛାତ୍ରୀ ଙ୍କ ସାମଗ୍ରୀକ ବିକାଶ ସାଧନ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ର ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ଅତିଥି ସ୍ବାଗତ ସହ ବିଦ୍ୟାଳୟ ବିବରଣୀ ପଠନ କରି ଥିଲେ। ଶିକ୍ଷୟିତ୍ରୀ ସଂଞ୍ଜୁକ୍ତା ଦାଶ, କଲ୍ୟାଣୀ ଦାସ, ପ୍ରତିଭା ଦାଶ, ନିଶାମଣି ଦେଇ ମଞ୍ଜ ପରିଚାଳନା କରିଥିବା ସ୍ଥଳେ ଶିକ୍ଷୟିତ୍ରୀ ଜ୍ୟୋସ୍ନାମୟୀ ଦୋରା, ସବ୍ୟାମଞ୍ଜରୀ ପଟ୍ଟନାୟକ, ଗୀତାଞ୍ଜଳୀ ସିଂ ଦେଓ, ଯମୁନା ଛତ୍ରିଆ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ। ନିଷ୍ଠାପର ଦାୟିତ୍ଵ ଓ କାର୍ଯ୍ୟ ସମ୍ପାଦନ ରେ ଏକ ଉଦାହରଣ ସାଜିଥିବା ମଧ୍ୟାହ୍ନ ଭୋଜନ ରେ ନିୟୋଜିତ ପାଚିକା ଲକ୍ଷ୍ମୀ ଶବର, ସହାୟିକା ଚନ୍ଦ୍ରକାନ୍ତି ରାଉତ ଙ୍କ ସ୍ବେଚ୍ଛାକୃତ ଅବସର ଯୋଗୁଁ ଉଭୟ ଙ୍କୁ ଅବସର କାଳିନ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଆଞ୍ଚଳିକ ସାଧନ ସଂଯୋଜନ ଭାବେ ତୁଳସୀ ରାମ ସାହୁ ଙ୍କୁ ସମ୍ବର୍ଦ୍ଧନା, ଛାତ୍ରୀ ରୋହିଣୀ ସାହୁ ଙ୍କୁ ଷ୍ଟୁଡେଣ୍ଟ୍ ଅଫ୍ ଦି ୟର୍ ସମ୍ମାନ ସହିତ କୃତି ପ୍ରତିଯୋଗୀ ମାନଙ୍କୁ ମୂଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ। ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋମୁଗ୍ଧକର ରଙ୍ଗାରଙ୍ଗ କାର୍ଯ୍ୟ କ୍ରମ ପରିବେଷଣ ରେ ସମଗ୍ର ଗ୍ରାମ ଉତ୍ସବ ମୁଖରିତ ହୋଇ ଉଠିଥିଲା। ଅତିଥି ମାନଙ୍କ ଭୁରୀୟପ୍ରଶଂସା ସହ ପରିଚାଳନା କମିଟି ର ପୂର୍ଣ୍ଣ ସହଯୋଗ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ଉତ୍ସାହ କୁ ଦ୍ୱିଗୁଣିତ କରିଥିଲା। ବିଦ୍ୟାଳୟ ର କ୍ୟାପଟେନ ସମୀକ୍ଷା ଦୀପ ଓ କମାଣ୍ଡର କରନ୍ ହିଆଲ ଅତିଥି ଅଭ୍ୟର୍ଥନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!